ରଜ – ରୁନାଲୈଲା ମହାନ୍ତ
1 min read
ରଜ ଓଡ଼ିଶା ର ବାରମାସ ର
ତେର ପରବ ମଧ୍ୟରେ ଏକ
ହସି ଖେଳିବା ସଜବାଜ ହେବା
ନୂଆ ପୋଷାକ ପିନ୍ଧି ନାନା ପ୍ରକାର ପିଠା ଖାଇବା
ସତେ ଯେମିତି ବିମାନ ରେ ବସି
ଆକାଶ କୁ ଛୁଇଁଲା ପରି ଦୋଳି ଝୁଲିବା
କିଏ ହୋଇଛି ସବୁଠୁ ସୁନ୍ଦର ସଜ
ପାନ ଖାଇ ନାଲି ହୋଇଛି କେତେ କାହା ମୁହଁ
ଝୁଲନ୍ତି ସଭିଏଁ ପାଳି ପାଳି କରି
ଖେଳନ୍ତି ଖୁସି ମନେ ପୁଚି ଲୁଚକାଳି
ହସି ହସାଇ ନାଚି ଗାଇ
କଟିଯାଏ ସମୟ ଦିନ ରୁ ରାତି
ଖେଳନ୍ତି ସଭିଏଁ ନିଜ ପସନ୍ଦ ର ଖେଳ
ବିତାନ୍ତି ବେଳ କରି ଅତି ଆଡମ୍ୱର
ଏଇତ ଆମ ପରବ ର ସୁଖ
ବରଷ ରେ କେବଳ ଆସେ ତେର ଥର
ଆହା କି ଆନନ୍ଦ ଆହା କି ତେଜ
ମୁଖରେ ଦିଶେ ସଭିଙ୍କର
ଛୁଆ ପାଇଁ ରଜ ଖୁସି ର ଦିନ
କୁମାରୀ ଙ୍କ ପାଇଁ ସଜବାଜ ଦିନ
ପୁରୁଷ ପାଇଁ ରଜ ଖେଳ ଛୁଟିର ଦିନ
ହେଲେ ଆମ ମାଆ ଘରଣୀ ପାଇଁ
ଅସଂଖ୍ୟ କାମର ଦିନ
ଏଇତ ଆମ ରାଇଜ ଖବର
ଘରେ ଘରେ ପାଳୁଛନ୍ତି ରଜ ପରବ
ରୁନାଲୈଲା ମହାନ୍ତ
ରାଇରଙ୍ଗପୁର, ମୟୂରଭଞ୍ଜ, ଓଡ଼ିଶା