Sahitya Jibana

Portal on odia literature

ମୁଁ ରଜବତୀ – ଦୀପ୍ତି ରାଣୀ ସିଂହ

1 min read

ନାଲି ଟୁକୁ ଟୁକୁ ପାଟଶାଢ଼ୀ ପିନ୍ଧି

ପାଦରେ ଅଳତା ନାଇ

ତୁମ ଅପେକ୍ଷାରେ ରହିଛି ଅନାଇଁ

ତୁମେ ! ଆସିବ

 

ମୋ ହାତର ମେହେନ୍ଦି

ଓଠର ଲିପଷ୍ଟିକ, ଆଖିର କଜ୍ଜଳ

କହୁଥିଲା,

ସ୍ୱପ୍ନ ତୁମେ ଆଣିଥିଲ ।

 

ପହିଲି ରଜର ବାସ୍ନାରେ

ବିଭୋର ହେବାପାଇଁ,

ପହିଲି ବର୍ଷା ଛିଟା

ଅପେକ୍ଷାରତ ସଦାସର୍ବଦା।

ପାଦରେ ନୂପୁର,ହାତର କଙ୍କଣ

ମଥାରେ ସିନ୍ଦୂର ଦେଇ

ବଧୂବେଶେ ସଜାଇବ ବୋଲି।

 

ହୃଦୟ ର ଅଫୁରନ୍ତା ଖୁସି

ଚୁମ୍ବକୀୟ ଆସ୍ୱଦନ

ଜର୍ଜରିତ ସବୁ ତୁମ ପ୍ରେମେ।

 

ଭସାବାଦଲ ବି ଆଣିଥିଲା ଚିଠି

ପବନରେ ଦୋଳି ଖେଳି ଖେଳି

ବିହଙ୍ଗର ସୁର ତାନେ ତାନେ

ମୁଁ ନାଚିବି ତୁମ ଆଗମନେ ।

 

ଏଇ ବରଷର

ପହିଲି ରଜର ରଜ ପର୍ବରେ

ହଁ

ପହିଲି ରଜର ରଜ ପର୍ବରେ

 

ଦୀପ୍ତି ରାଣୀ ସିଂହ

    ତାଳଚେର, ରେମୁଆ‍ଁ, ଜିଲ୍ଲା — ଅନୁଗୋଳ

Leave a Reply