ରଜପର୍ବ – ପ୍ରତାପ ଚନ୍ଦ୍ର ମିଶ୍ର
1 min read
ଜ୍ୟେଷ୍ଠ ଅନ୍ତେ ଆଦ୍ୟ ଆଷାଢ଼,
ଉଷ୍ମ ଭିତରେ ମାଟି ମାଆ ଶୀତଳ /ଆଦ୍ର ।
ରଜସ୍ୱଳା ହେବେ ଧରଣୀ ରାଣୀ,
ପାଳିବା ସବୁ ରଜ ପର୍ବ ।।
ଝିପି ଝିପି ବର୍ଷା ମାଟି ଭିଜିବ,
କୁଆଁରୀ ମାନ ଙ୍କ ଉହ୍ଲାସ ପର୍ବ ଆସିବ।
ଭିଜା ମାଟି ମହକେ
କୁଆରୀ ଯୌବନ।
ରଜ ଦୋଳି ଝୁଲି ଦେଖୁଥିବ ତା ରାଜ କୁମାର ସ୍ବପ୍ନ ।
ଚାରି ଦିନ ରଜ ପରବ ପାଳନ ବିଧାନ ।
ବସୁମତୀ ଙ୍କ ବିରାମ ଦିନ ।
କଦଳୀ,ଗୁଆ ଖୋଳପା ପାଦେ ନାଇ ,
ମାଟି ମା ‘ ଙ୍କୁ ଦୁଃଖ ନ ଦେବା ସଂକଳ୍ପ ପାଇଁ ।
ଝିଅ ନାରୀ ମାନେ ଫୁଙ୍ଗୁଳା ପାଦରେ ଚାଲିବେ ନାହିଁ।
ପହିଲି ରଜ ରେ ଷୋହଳ ଶୃଙ୍ଗାର, ନୂତନ ବସ୍ତ୍ର ପରିଧାନ ।
ରଜ ଦୋଳି ବିଡ଼ିଆ ପାନ
ଖାଇ, ପୋଡ଼ ପିଠା ରେ ଥାଏ ସବୁରି ମନ।
ସାଙ୍ଗ ସାଥି ମେଳେ ବନ୍ଧୁ ଘର ବୁଲା ।
ଝିଅ ଙ୍କ ଖୋ ଖୋ
କେରମ୍, ଲୁଡୁ,ରଜ ଦୋଳି ଖେଳା।
କବାଡି,କୁସ୍ତି ତାସ୍ ଖେଳ, କିଶୋର/ ପୁରୁଷ ଙ୍କ ମସ୍ତି।
ପଲ୍ଲୀ ଦାଣ୍ଡେ ଚାଲେ ରାସ ରସ ରାଧା କୃଷ୍ଣ ପ୍ରେମ ଗୀତି।
ଦ୍ଵିତୀୟ ଦିବସ ମିଥୁନ ସଂକ୍ରାନ୍ତି ମହାନ ଉତ୍ସବ ପରମ୍ପରା ନୀତି ଆମ ।
ନାମ ସଙ୍କୀର୍ତ୍ତନ ଗାଆଁ ମୁଖରିତ ରଜ ମଉଜେ ମର୍ତ୍ତ୍ୟ ରେ ମିଳିତ ଭକ୍ତ ଓ ଭଗବାନ।
ତୃତୀୟ ଦିନରେ ସାଙ୍ଗ ଘର ବୁଲା
ଖିଲି ପାନ ଖିଆ ନାଲିଆ ଓଠ ।
ଟାହି ଟାପରା ପଲ୍ଲୀ ଗୀତ ଗାଇ ଭାଇ, ମଥାରେ ଭୌଣି ପିନ୍ଧାଏ ସୁନା ମୁକୁଟ।
ଚତୁର୍ଥ ଦିବସ ବିରାମ ଭଙ୍ଗ,
ବସୁମତୀ ଙ୍କ ସ୍ନାନ ପରବ ।
ସୁସ୍ୱାଦୁ ଭୋଜନ ନା ନା ରନ୍ଧା ପ୍ରସ୍ତୁତ ବ୍ୟଞ୍ଜନ,
ସମର୍ପଣ କରି ସେଇ ମା ‘ ଙ୍କୁ।
ଏକ ମନ ପରିବାର ସବୁ ଏକାଠି
ହରଷେ ଭୁଞ୍ଜନ୍ତି ସେହି ପ୍ରସାଦ କୁ।
ଚଷା ଭାଇ ହଳ ଲଙ୍ଗଳ ନେଇ,
ମହା ଆନନ୍ଦ ରେ ଭୂମି ଚାଷ କରଇ।
ବସୁମତୀ ଙ୍କୁ ପ୍ରଣାମି ଶସ୍ୟ ଉତ୍ପାଦନ,
କାର୍ଯ୍ୟ କରି ଯୋଗା ଏ ବରଷ ପୁରା ଖାଦ୍ୟ ଅନ୍ନ।
ଏ ଧାରା ଧାମ ରେ ବରଷ କୁ ଥରେ ଆସେ ପରବ ରଜ।
ଚାଷୀ,କୁମାର,କୁମାରୀ, ନାରୀ ଙ୍କ ଆତୁର
ପ୍ରତୀକ୍ଷା କେବେ ଡାକ ଦେବ ବନସ୍ତେ ପୁଣି ଗଜ।
ସ୍ନେହ,ପ୍ରେମ,ଭକ୍ତି ଭାଇ ଚାରା ସନ୍ଦେଶ ନେଇ
ରଜ ପର୍ବ ମର୍ତ୍ତ୍ୟ କୁ ଫେରୁଥାଏ ପ୍ରତି ବର୍ଷ,
ମୈତ୍ରୀ,ପ୍ରୀତି ପରଶ ନେଇ।
ପ୍ରତାପ ଚନ୍ଦ୍ର ମିଶ୍ର ,ଆସ୍କା,ଗଞ୍ଜାମ