Sahitya Jibana

Portal on odia literature

ରଜପର୍ବ – ପ୍ରମୋଦ କୁମାର ସାହୁ 

1 min read

ଦିନେ ମନ୍ଦୋଦରୀ ଏକ କନ୍ୟା ଲାଭ କଲେ

ରାବଣ ଙ୍କ ଔରସରୁ ମୟଦାନବ

ଭୁମି ତଳେ ପୋତି ଦେଇ ଥିଲେ ତାଙ୍କୁ

ପ୍ରାପ୍ତି କରିଥିଲେ ରାଜା ଜନକ ।।

 

ଜନକଙ୍କ ରାଜ୍ୟରେ ବରଷା ନହୋଇ

ବିହନ ବୁଣିଲେ ଯେ ବରଷା ହୋଇ

ଭୂମି ଚଷୁ ଚଷୁ ସୂ କନ୍ୟା ପ୍ରାପ୍ତି କରି

ଆଣିଲେ ଜନକ ହରଷ ହୋଇ ।।

 

ସେ ଦୀନୁ ଭୁମି ପୂଜା ପ୍ରାରମ୍ଭ କରି

ଚାଷି ଜେ ନିତି ଭକ୍ତି ପଳିଲେ

ଧରିତ୍ରୀ ମାତାଙ୍କୁ ନିବେଦନ‌ କରି

ବର୍ଷ କର‌ ଫଳ ହୁଅ ସକଳେ ।।

 

ରଜ ତିନି ଦୀନ ଜାଣ

ତିନୀ ଦୀନ ଭୁମି କୁ ଦିଅନ୍ତି ସମ୍ମାନ

କରି ଭୁମି ପୂଜା ଆନନ୍ଦେ ପାଳିବ

ରଜ ସଂକ୍ରାନ୍ତି ଦୀନ ।।

 

ପ୍ରଥମେ ଦୀନେ ଭୁମି ରଜସ୍ଵଳା ପ୍ରଥମ ରଜ

ଦିତୀୟେ ରଜ ସଂକ୍ରାନ୍ତି ଜାଣ

ତୃତୀୟେ ରେ ବସୁ ମାତା

ଶେଷରେ ଭୁମି ଦହନ ।।

 

ରଜ ଦୀନେ ଖାଳି ପାଦେ ଚଳନ କରି

ପାହାନ୍ତିଆ କାଳେ ଗାଧୁଆ ସାରି

ସଜ ବାଜ ହୋଇ ଯତନ କରି

ହଳଦୀ ଚନ୍ଦନ ଶରୀରେ ବୋଳି

 

କୂଆରି କନ୍ୟା ଙ୍କ ଲାଜେଇ ହସ

ମନେ ଫୁଟୁ ଥାଏ ମଧୁର ଗୀତ

ସାଙ୍ଗ ସଙ୍ଗାତ ଙ୍କ ମେଳେ

ନୃତ୍ୟ କରିଥାନ୍ତି କେଡେ ଢଙ୍ଗିରେ ।।

 

ପୋଡ଼ ପିଠା ମିଠା ପାନ

ନୂତନ ବସ୍ତ୍ର କରି ପରିଧାନ

ମଥାରେ ଟିକିଳି ପାଦରେ ଅଳତା

ଦୋଳି ଗୀତ ଯେ କରିନ୍ତି ଗାନ ।।

 

ପ୍ରମୋଦ କୁମାର ସାହୁ 

କଣ୍ଡରେଇ, କର୍ଲାମୁଣ୍ଡା, କଳାହାଣ୍ଡି,ମୋ-୬୩୭୯୦୮୧୫୧୬

Copyright © Sahitya Jibana | Newsphere by AF themes.
Open chat
Hello
How can you help we?