ସମୟ ଆସିଲେ ଡାକିବ ମଶାଣି ଭୂଇଁ – ଯୁଧିଷ୍ଠିର ମାଝି
1 min read
ସମୟ ଆସିଲେ
ଡାକିବ ମଶାଣି ଭୂଇଁ
ଏ ଜଗତେ ରହି
ଅଭିନୟ କରିବାକୁ
ଆଉ ବେଳ ନାହିଁ
ଯେତେ ସମୟ ଦେଇଥିଲି ତତେ
ରହିଛି ଆଉ କିଛି ବାକି
ଯେତେ ଚାହିଲେ ବି ଏ ଭବେ ମତେ
ପାରିବୁନି ତୁ କେବେ ଠକି
ଦେଇଥିଲି ତତେ ଯେତେ ଶକତି
ଜଗତର ମଙ୍ଗଳ ପାଇଁ
ଅପବ୍ୟବହାରେ ସବୁ ସାରିଲୁ
ନିଜ ଭୋଗ ବିଳାସ ପାଇଁ
ତଥାପି ଦେଉଛି ଶେଷ ସୁଯୋଗ
ତୁ ସୁପଥେ ଯାଆ ଆଗେଇ । ୧ ।
ଝରିଯାଉ
ମୋ ଆଖିରୁ ଲୁହ
ତା ବଦଳେ ମିଳିଯାଉ
ଆଉ ଜଣକୁ ହସ
ମତେ ଜଣା ନାହିଁ
କେତେବେଳେ ପଡିଯିବ
ଏ ଜୀବନ କାହାଣୀରେ
ପୂର୍ଣ୍ଣଚ୍ଛେଦ
କୁସୁମିତ ପଥ ସମସ୍ତଙ୍କୁ ଲୋଡ଼ା
କାହାକୁ ଆବଶ୍ୟକ ନାହିଁ
କଣ୍ଟାଭରା ବାଟ
ସେ ପଥେ ଚାଲିଗଲେ
ଜୀବନ ହେବ ସାର୍ଥକ
ସୁନ୍ଦରମୟ ଜଗତେ
ହେଇଯିବ ଚିର ସ୍ମରଣୀୟ
ନବ ସକାଳର ନବ ସୁଯୋଗ
ତା’ହାତ ଛଡା କର ନାହିଁ । ୨ ।
ନାମ – ଯୁଧିଷ୍ଠିର ମାଝି ( ଜୁଜେଶ )
ଗାଁ – ଡାଳଗୁମା, ପୋଷ୍ଟ – ସଗଡା,
ବ୍ଳକ – ଭବାନୀପାଟଣା, ଜିଲ୍ଲା – କଳାହାଣ୍ଡି
ମୋ – ୭୮୪୬୮୪୭୨୪୯
ଇ ମେଲ୍ ଆଇଡି – judhisthirmajhi7249@gmail.com