ଝରଣାର ଆନନ୍ଦ – ସୁକାନ୍ତ ଖଣ୍ଡା
1 min read
ବରଷାକୁ ଦେଖି ଝରଣା ଆନନ୍ଦେ
ନାଚିବା ଆରମ୍ଭ କଲାଣି
ଗୋଳିଆ ପାଣିରେ ମାଛ ମାନଙ୍କର
ନାନାବିଧ ଖେଳ ହେଲଣି।୧
ଝରଣା ତଳକୁ ତଳକୁ ବହିକି
ସିନ୍ଧୁରେ ମିଶିବା ଚାହୁଁଛି
କେତେ କାଳ ହେଲା ପ୍ରିୟତମ ସହ
ମିଶିବାକୁ ଇଛା ହେଉଛି।୨
ଚିହ୍ନି ପାରିବ କି ନାହିଁ ପ୍ରିୟତମ
ଦେଖା ହୋଇନାହିଁ ଯମା
କେତେକାଳ ଗଲା ନିଥର ଥିଲି ମୁଁ
ଯେମିତି ଯାଆନ୍ତି କୋମା।୩
ବରଷାର ଧାରା ମରତେ ହେବାରୁ
ଜୀବନ ମୋ’ ଜୀଇଁଗଲା
ଏବେ ତ ଆନନ୍ଦେ ବହିଯିବି ଚାଲି
ଯେତେ ଦୂରେ ଥାନ୍ତୁ ଭଲା।୪
ଝରଣାର ଆଜି ଦେହ ଆଉ ମନ
ହେଉଅଛି କନକନ
ଯୌବନକୁ ତା’ର ସଅଁପି ଦେବାକୁ
ଆକୁଳ ହେଉଛି ମନ।୫
***
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ,ଘଟଗାଁ କେନ୍ଦୁଝର