Sahitya Jibana

Portal on odia literature

ସମ୍ପର୍କର ସେତୁ ବନ୍ଧ – ସଦାନନ୍ଦ ସାହୁ

1 min read

ସାମଜିକ ଭାବ ରଖଇ ଅକ୍ଷୁର୍ଣ୍ଣ
ସମ୍ପର୍କର ସେତୁବନ୍ଧ. ;
ଜୀବନ ଯାତ୍ରାରେ ସମ୍ପର୍କ ସର୍ବାଗ୍ରେ
ଅନ୍ତିମେ ଖୋଜଇ କାନ୍ଧ. !!

ସମ୍ପର୍କ ବନ୍ଧନ ହୁଏ ପ୍ରକଟିତ
ଆଶା ଆକାଂକ୍ଷାରେ କେତେ ;
ବଳିଷ୍ଠ ସମ୍ପର୍କ କରେନା ବିତର୍କ
ଜୀବନର ଆଦ୍ୟ ପ୍ରାନ୍ତେ !!

ସ୍ନେହଁ ପ୍ରେମ ଧାରେ ସମ୍ପର୍କ ସୌଭାଗ୍ଯେ
ମନପ୍ରାଣ ଆଚ୍ଛାଦିତ ;
ସମ୍ପର୍କର ଡୋର ଟାଣେ ବହୁଦୂର
ଅଦୃଶ୍ୟ ବନ୍ଧନ ସତ୍ୟ !!

ପିତୃମାତୃ ସ୍ନେହଁ କାମନା ବିହୀନ
ସମ୍ପର୍କ ଅମ୍ଳାନ ଜ୍ଯୋତି ;
ପ୍ରୀତିର ବାରିଧି ଝରିପଡେ ନିତି
ଉତଫୁଲ୍ଲିତ ହୁଏ ଛାତି !!

କର୍ତ୍ତବ୍ୟ ପାଳନେ ପିତାମାତା କେବେ
କରନ୍ତିନି ଜମା ହେଳା ;
ଶାବକ ହସିଲେ ସଜଫୁଲ ଫୁଟେ
ସମ୍ପର୍କର. ଲୀଳାଖେଳା !!

ଭାତୃଭଗ୍ନୀ ପ୍ରେମ ସତେ ସୁକୋମଳ
ଜୀବନରେ ଅନୁପମ ;
ହୃଦୟେ ସଦିଚ୍ଛା ଆଙ୍କେ ଚିତ୍ରମାଳା
ସମ୍ପର୍କରେ ନାହିଁ ଭ୍ରମ. !!

ବନ୍ଧୁ ପରିଜନ ପ୍ରତିବେଶୀ ଗଣ
ସମ୍ପଦ ବିପଦେ ସାଥୀ ;
ବାରାତା ପାଇଲେ ଆସନ୍ତି ନିଶ୍ଚୟେ
ସମ୍ପର୍କରେ ବଢ଼େଖ୍ୟାତି !!

ସମ୍ପର୍କ ମାଣିକ ସମ୍ବନ୍ଧ କୌସ୍ତୁଭ
ମାନ ଅଭିମାନେ ପୁର୍ଣ୍ଣ. ;
ସମାଜେ ଅକ୍ଷୁର୍ଣ୍ଣ ରହିଛି ନିଶ୍ଚୟ
ଦୃଶ୍ୟପଟେ ଢାଳି ସ୍ଵର୍ଣ୍ଣ. !!

ସଦାନନ୍ଦ ସାହୁ 

କାରା କର୍ମଚାରୀ ;
ଧୁରୁଷିଆ. ; ଆଠଗଡ଼; କଟକ
ଦୂରଭାଷ ସଂଖ୍ୟା- 7978517998

Copyright © Sahitya Jibana | Newsphere by AF themes.
Open chat
Hello
How can you help we?