Sahitya Jibana

Portal on odia literature

ଶାନ୍ତି – ଅନୀଲ କୁମାର ମିଶ୍ର

1 min read

ଧର୍ମର ଦିହୁଡି ଧରି
ଅଧର୍ମ ର ଦାଣ୍ଡେ ଚାଲେ
ଖୋଜିବାକୁ ପ୍ରଥମ ପାଣ୍ଡବେ ।
ଭେଦିବାକୁ ଚକ୍ରବ୍ୟୁହ,
ପାପି ସପ୍ତରଥୀ ଙ୍କର
ଅଭିମନ୍ୟୁ ନାହିଁ ଆଜି ଭବେ ।।

ଶକୁନି ର ପଶାପଟୀ
ବିଛାହୋଇ ଅଛି ଏଠି,
କରିବାକୁ ସତ୍ୟର ବିନାଶ ।
ସମାଜର ଦୁଃସାଶନ,
କରେଆଜି ବିବସନ,
ଦ୍ରୌପଦୀ ର ଟାଣେଧରି କେଶ ।।

ନାହିଁ ଭୀମ ସମାଜରେ
ବଜ୍ର ଶପଥ ତାହାର
ଉପାଡିବ ଦୁଃସାଶନ ବାହୁ ।
ଗାଣ୍ଡିବରେ ଶକ୍ତି ନାହିଁ,
ଧନଞ୍ଜୟ ଅଛି ଶୋଇ,
କର୍ଣ୍ଣ ଦେହେ ଅନ୍ୟାୟର ଲହୁ ।।

କେତେ ଦିନୁ ପିତାମହ
ଶରସଜ୍ଜ୍ୟା ରେ ଶାୟିତ,
ମୃତ୍ୟୁ ଜୟୀ ଚାହେଁ ମୃତ୍ୟୁ ଆଜି ।
ମହାଗୁରୁ ଦ୍ରୋଣାଚାର୍ଯ୍ୟ
ପୁତ୍ର ସ୍ନେହ ବଶବର୍ତ୍ତୀ,
ବୀରତ୍ୱ ପଡ଼ିଛି ତାଙ୍କ ଭାଜି ।।

ଆସହେ ବିଶ୍ୱନିଧାନ,
କରିବାକୁ ଶତୃ ଶୂନ୍ୟ,
ଭରିବାକୁ ଜନମନେ ନିଷ୍ଠା ।
ଶେଷ ହେଉ ଧୃତରାଷ୍ଟ୍ର,
ଦୁର୍ଯ୍ୟୋଧନ ଅତ୍ୟାଚାର,
ହେଉ ଏଠି ଶାନ୍ତି ର ପ୍ରତିଷ୍ଠା ।।
****************************
ଅନୀଲ କୁମାର ମିଶ୍ର
ବିନିକା, ସୁବର୍ଣ୍ଣପୁର
ମୋ:ନ:-୯୪୩୮୩୧୦୯୭୨
anilmishrabinka@gmail.com