Sahitya Jibana

Portal on odia literature

ରଜପର୍ବ – ଟୋନିସ ରୋହିଦାସ

1 min read

ଆସିଛି ଆସିଛି ଦେଖ ରଜ ପର୍ବ

ଆସ ଲୋ ସଙ୍ଗାତ ଖେଳିବା ହୋଇ ମେଲ।।

ଦୋଲି ଦେବା ସଜେଇ ଦୋଳି ରଜ ର ମୀତ ମୀତ ଗାଇବା ଗୀତ ହେବା ଟିକେ ଗେଲ।।

 

ଖାଇବା ଆସ ପୋଡ଼ପିଠା ହୋଇ ଏକ ମେଲ।

ହାତରେ ଧରି ଝୁଲେଇ ଦେବା ରଜ ଦୋଳି ଖେଳ।।

 

ହୋଇ ଯିବା ଆଜି ଥରେ ପୁଣି ଛୋଟ

ପିଲା ପରି।

ଅଝଟିଆ ମନ ଆଜି ନାଚିବା ସାଙ୍ଗ ସାଥିରେ ହସ ଖୁସି ଭରି ।।

 

ଓଡ଼ିଶାର ପର୍ବ ଏଇ କୁଆରୀ କନ୍ୟା ଙ୍କର ମଉଜ ଭାରି ।

ଘରେ ଘରେ ସଜେଇ ଛନ୍ତି ହୋଇ କେତେ ସଜା ବାଜ କରି।।

 

ନୂଆ ଲୁଗା ପାଟ ଶାଢ଼ୀ ମା ମାଉସୀ ଦେଖ କେତେ ସୁନ୍ଦର ଦିଶନ୍ତି।।

ମୁହଁର ସଭିଙ୍କ ହସି ଆଜି କାଳିଆ ଠାକୁର ଙ୍କୁ ସକାଳୁ ଦର୍ଶନ କରନ୍ତି।।

 

ଟୋନିସ ରୋହିଦାସ ,ସୁନ୍ଦରଗଡ଼