Sahitya Jibana

Portal on odia literature

ରଜ – ଦୀପକ କୁମାର ପଣ୍ଡା 

1 min read

ଆସିଲା ରଜ ମଉଜ

ଏ ବଉଳ ଏ ସଙ୍ଗାତ ହୁଅଲ ସଜ

 

ନୂଆଁ ନୂଆଁ ପିନ୍ଧି ହୁଅ ସଜ ବାଜ

ଡାକ ଦେଲାଣି ଦୋଳି ଆଜି ପହିଲି ରଜ

 

ଗାଆଁର ଭେଣ୍ଡିଆ ପୁଅସବୁତ

ଦେଖିବେ କୁଆଁରୀ ଝିଅଙ୍କ ମୁହଁ

ଚଳେଇ ଚଳେଇ ଘୁରି ବୁଲିବେ

ଗାଇ ରଜମଉଜ ଗୀତ

 

ପିଠା ପଣା ଖାଇ ଝୁମିବେ ମେଳିରେ

ସଭିଏଁ ଝୁଲିବେ ଫୁଲର ଦଳିରେ

 

ପାଦରେ ଅଳତା ହାତରେ ମେହେନ୍ଦି

ବେଣିରେ ଗଜରା ଝୁଲେଇ

ରଜ ଗୀତଗାଇ ସଭିଏଁ ଝିଅ

ହୁଅନ୍ତି କେତେଯେ ଫୁଲେଇ

 

ପାନ ଖାଇ ଓଠ କରନ୍ତି ନାଲି

ରଜ ନିମନ୍ତ୍ରଣ କରି ହସନ୍ତି ଖିଲି ଖିଲି

 

ଗାଁ ଆମ୍ବ ତୋଟା ରଜ ଫୁଲ ଦଳିରେ

ଦିନ ବିତି ଯାଏ ସାଙ୍ଗ ସାଥି ମେଳିରେ

 

ବରଷକେ ଥରେ ରଜ ସଜାଏ ସଭିଙ୍କ ମନ

ଖୁସିରେ ମଜାରେ ଅଭୁଲା

ରୁହେ ଏହି ରଜ ତିନି ଦିନ

 

ବନସ୍ତେ ଡାକିଲା ଗଜ

ବରଷକେ ଥରେ ଆସିଛି ରଜ

 

ନିଜକୁ ଲାଗୁଛି ଆଜି ଗରବ

ଆମ ଏହି ରଜ ପରବ

ଆମ ଏହି ରଜ ପରବ ।।

 

ଦୀପକ କୁମାର ପଣ୍ଡା 

ଗୁଣପୁର, ଜିଲ୍ଲା:- ରାୟଗଡା