ଗ୍ରହ ଶାନ୍ତି – ସାଗରିକା ସାହୁ
1 min read
ସେଦିନ ଶନିବାର ଥାଏ ଅପରାହ୍ନ ସମୟରେ କଟକର ବିଶ୍ଵ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ପଡ଼ିଆ ର ସମ୍ମୁଖରେ ଥିବା ମନ୍ଦିର ପାଖରେ ଦୁଇଜଣ ଅସହାୟ ଗରିବ ବାପା ମା ଅନାଇ ବସିଥିଲେ ଲମ୍ବିଥିବା ରାସ୍ତା କୁ ସତେ ଯେମିତି କାହା ଅପେକ୍ଷା ରେ। କେତେ ଗାଡ଼ି ମଟର ହର୍ଣ ଦେଇ ଚାଲି ଯାଉଥାଏ କାହାର ନିଘା ନାହିଁ । ରାସ୍ତା କଡ଼ରେ ଥିବା ଡଷ୍ଟବିନ୍ ରୁ ଆବର୍ଜନା କାଢି ଦୁଇଟି କଳା କୁକୁର ଛକାପଞ୍ଝା ଲାଗି ଖାଇବାରେ ଲାଗିଛନ୍ତି। ପାଖରେ ପଡ଼ିଆରେ ଗାଇ ଷଣ୍ଢ ଖାଦ୍ୟ ଅନ୍ୱେଷଣରେ ବୁଲୁଛନ୍ତି।
ଅପରାହ୍ନ ରୁ ଧିରେ ଧିରେ ସନ୍ଧ୍ୟା ହେବା କୁ ଯାଉଥାଏ ଠିକ୍ ସେହି ସମୟରେ ଗୋଟିଏ ବାଇକ୍ ଆରୋହୀ ଗାଡ଼ି ର ଗତି ଧିରେଧିରେ କମେଇ ପହଞ୍ଚି ଯାଇଥାଏ କ୍ଷୁଧାରେ ଆତୁର ସେହି ଦୁଇ ଜଣ ଅସହାୟ ଲୋକ ଙ୍କ ନିକଟରେ ଏଣେ ତେଣେ ଚାହିଁଲା ବୋଧହୁଏ କାହାକୁ ଖୋଜୁଥିଲା ତା ଆଖି ହେଇତ ସେଇଠି ଦୁଇଟି କଳା କୁକୁର। ବାଇକ୍ ଆରୋହୀ ବ୍ୟକ୍ତି ଟି ଗାଡି ଉପରେ ବସିରହି କୁକୁର ଦୁଇଟିକୁ ଡାକିଲା ନିଜ ପାଖରେ ଥିବା ବ୍ୟାଗ୍ ରୁ କିଛି ରୁଟି ବାହାରକରି ଫିଙ୍ଗି ଦେଲା ସେହି କୁକୁର ସାମ୍ନାରେ। କିଛି ସମୟପରେ ଆଉ ଜଣେ ବାଇକ୍ ଆରୋହୀ ସେହି ସମାନ ଢଙ୍ଗରେ ଆସି ପହଁଚିଲେ। ପାଖ ପଡ଼ିଆ ରେ ବୁଲୁ ଥିବା ଗାଈକୁ ଗୋଲ୍ ଗୋଲ୍ ୧୦ଟି ରୁଟି ଖୁଆଇ ଦେଇ ଚାଲି ଗଲା ତା ବାଟରେ। ଏଣେ ଭୋକରେ ଡହଳ ବିକଳ ହେଉଥାନ୍ତି ଏ ଦି’ ଜଣ ଅସହାୟ ଲୋକ ଆଖିରୁ ଦୁଇ ଧାର ଲୁହ ବୋହି ଆସୁଥାଏ ମଣିଷ ମାନଙ୍କ ର ପଶୁପ୍ରେମ ଦେଖି। ଦୁହେଁ ପରସ୍ପର ମୁହଁକୁ ଚାହିଁ ଚୁପ୍ ରହିଲେ।
ସନ୍ଧ୍ୟା ପ୍ରାୟ ୬ ଟା ସମୟ ରାସ୍ତାରେ ଜନ ଗହଳି ଦେଖାଗଲା ସନ୍ଧ୍ୟା ଭ୍ରମଣ ନିମନ୍ତେ କଟକ ର କିଛି ବାସିନ୍ଦା ବାହାରି ଛନ୍ତି। ସେହି ଜନଗହଳି ରେ ସେହି ଦୁଇ ଜଣ ଙ୍କୁ କେହି ନଜର ଦେଇନଥିଲେ ସେହି ଗହଳି କୁ ଆଡେଇ ଗୋଟିଏ କାର୍ ତାଙ୍କ ନିକଟରେ ଅଟକି ଗଲା। କାର୍ ଭିତରୁ ଜଣେ ବ୍ୟକ୍ତି ହାତରେ କିଛି ଖାଦ୍ୟ ପୁଡିଆ ଧରି ବାହାରକୁ ଆସି ବଢ଼ାଇ ଦେଲା। ଖାଦ୍ୟ ପୁଡିଆ କୁ ହାତରେ ଧରି ଲୋକ ଟି ର ମୁହଁକୁ ଚାହିଁ ମୁରୁକି ହସି ଦେଇ କହିଲେ, ‘ପୁଅ ରେ ଭଗବାନ ତୋର ମଙ୍ଗଳ କରନ୍ତୁ’ । ଦୁହେଁ ପରସ୍ପର ମୁହଁକୁ ଚାହିଁ ଅନାଇ ଦେଲେ ସେହି ମନ୍ଦିର କୁ ଯେଉଁଠାରୁ ଶୁଭୁଥିଲା ଶଙ୍ଖ ଘଣ୍ଟ ଆଉ ସନ୍ଧ୍ୟା ଆଳତି ର ଧ୍ବନି।
ସାଗରିକା ସାହୁ
ଛତିଆ, ଯାଜପୁର