Sahitya Jibana

Portal on odia literature

ରଜ – ମମତାରାଣୀ ଶତପଥୀ

1 min read

ଝିପି ଝିପି ବରଷାରେ

ଭିଜିଭିଜି ଆସିଛି ରଜ ,

ହେଲେ ଫିକା ଫିକା ଲାଗେ

ଏ ରଜ ମଉଜ।

ମୋ ଗାଁକୁ ଆଜି ଘାରିଛି କରୋନା ଭୟ ,

ଆଉ ଶୁଭୁନାହି ରଜଦୋଳି ଗୀତ ,

କିଏ ପିନ୍ଧୁନାହି  ନୂଆ ବାସ ,

କୁଆାଁରୀ ଆଉ ହେଉନି ସଜ,

ବନସ୍ତ ରେ ଆଉ ଡାକୁନି ଗଜ ,

ଫିକା ଫିକା ଲାଗେ ଏ ରଜ ମଉଜ  ।( 1)

ମୋ ଗାଁ କୁ ଘାରିଛି କରୋନା ଭୟ ,

ସମସ୍ତେ ଆଜି ହୁଅନ୍ତି କାତର ।

ଜୀବନ ସାଙ୍ଗରେ ଜୀବିକା ମାଡ ,

ଭାଙ୍ଗିଛିି ଲୋକଙ୍କ ପଞ୍ଜରା ହାଡ….।

ଗାଁ ରୁ ସହର ହୋଇଛି ଏକା ,

ପୋଡପିଠା , ରଜପାନ,ନାଲିଅଳତା ଆଜି ସବୁ

ଲାଗେ ଫିକା ଫିକା ….।

ରଜ ପାଇଁ ଆଉ ସରାଗ ନାହିଁ ,

ଏ ମହାମାରୀ ଦେଇଛି ଲୁହ ବୁହାଇ ।( 2)

ମୋ ଗାଁ କୁ ଘାରିଛି କରୋନା ଭୟ ,

ଲହର ପରେ ଲହର ଆସି କଲାଣି ଅଥୟ ।

ଗାଁ ମୁଣ୍ଡେ ଆଉ ହେଉନି ଦୋଳି ,

ସାଙ୍ଗସାଥୀ ଆଉ ହୁଅନ୍ତିନି ମେଳି ,

ଖାଁ, ଖାଁ ଲାଗେ ତୋଟାମାଳ

ଆସିଛି ଏବେ ବିଷମ କାଳ।

ହେଉନି ଆଉ ବାଗୁଡି ଖେଳ

ଶୁଭୁନି ସେ କୋଳାହଳ।

 

ଗାଁ ଟୋକାଙ୍କ ଆଉ ଜମୁନି ତାସ ,

ମିଳୁନି ଆମ୍ବଟେ ପୁଣି ପଣସ ।

ଗାଁ ଚଉତରା ,ଗାଁ ଆମ୍ବତୋଟା

ଗୁମୁରି ଗୁମୁରି କାନ୍ଦୁଛି ,

ରଜ ମଉଜ ,ରଜ ପରବଟା

ଫିକା ଫିକା ଆଜି ଲାଗୁଛି। (3)

ମୋ ଗାଁ କୁ ଘାରିଛି କରୋନା ଭୟ ,

ଲକ୍ଡାଉନ୍,ସର୍ଟଡାଉନ୍ ରହିଛି ଜାରି ,

କେମିତି ପାଳିବେ ରଜ ଘରୁ ନ ବାହାରି ?

ମା କୋଳୁ ପୁଅ ,ସ୍ତ୍ରୀ ଠାରୁ ସ୍ବାମୀ ଯାଉଛି ଚାଲି ,

ଘରେ ଘରେ ଆଜି ଶୂନ୍ୟତା ଯାଇଛି  ଖେଳି…।

ଦୁଇ ବରଷ ହେଲା ଆସୁଛି ରଜ ,

ହେଲେ ରଜ ପାଇଁ ନାହିଁ ଆଉ ମଉଜ ।

ଦିଶୁନି କାହା ମୁଖେ ସୁଖ

କରୋନା ରଚୁଛି ତାଣ୍ଡବ ସବୁଠି

ଅନ୍ତରେ ଭରିଛି ଦୁଃଖ। (4)

—————————————————-

ମମତାରାଣୀ ଶତପଥୀ

 ଶିକ୍ଷୟିତ୍ରୀ,ଗଞ୍ଜାମ

Copyright © Sahitya Jibana | Newsphere by AF themes.