Sahitya Jibana

Portal on odia literature

ସନ୍ଥ କବି ଭୀମଭୋଇ – ରାଧାମୋହନ ପୂଜାହାରୀ

1 min read

ସନ୍ଥ କବି ଭୀମ ଭୋଇ ଅଟନ୍ତି ମହାନ,
ଓଡ଼ିଶା ର “କବୀର” ସେ ଏ କଥା ଯେ ଜାଣ ।

ଜନ୍ମିଥିଲେ ରେଢ଼ାଖୋଲ କନ୍ଧରା ଗ୍ରାମରେ,
ପ୍ରଚାରିଲେ ଧର୍ମ ସେ ଯେ “ମହିମା” ନାମରେ ।

ଜନ୍ମାନ୍ଧ ହୋଇବି ସେ ଯେ ରଚିଲେ କବିତା,
ନିଷ୍ଠା ଦେଖି ଖୁସି ହେଲେ ସ୍ବର୍ଗ ରେ ସବିତା ।

ପ୍ରଭୁ ନିର୍ବିକାର ବୋଲି ମତ ସେ ଦିଅନ୍ତି,
ଗୁରୁଙ୍କୁ ସେ ଶ୍ରେଷ୍ଠ ବୋଲି ଆଶିଷ ନିଅନ୍ତି ।

ଗୁରୁ ସେବା ତାଙ୍କ ପାଇଁ ସର୍ବୋପରି ଅଟେ,
ଅନ୍ୟ ଦୁଃଖ ଦେଖି ତାଙ୍କ ଦିବସ ଯେ କଟେ ।

ନିରକ୍ଷର ହୋଇ ମଧ୍ୟ ଅଟନ୍ତି ପଣ୍ଡିତ,
ବାହ୍ୟ ଆଡମ୍ବର କୁ ଯେ କରନ୍ତି ଖଣ୍ଡିତ ।

ଜାତିପ୍ରଥା ବିରୋଧରେ ସ୍ବର ଉଠାଇଲେ,
ମାନବ ପ୍ରାଣ ରେ ସେ ଯେ ହସ ଫୁଟାଇଲେ ।

କବିଙ୍କ ମଧ୍ୟରେ ତାଙ୍କ ତୁଳନା ଯେ ନାହିଁ,
ତାଙ୍କ ପରି ସନ୍ଥ କବି ନ ଥିବେ ଯେ କାହିଁ ।

ହିନ୍ଦୀ ରେ କବୀର ଦାସ ଓଡ଼ିଆ ରେ ଭୀମ ଭୋଇ,
ଉଭୟଙ୍କୁ ଗୁରୁ ରୂପେ ମୁଁ ଯେ ସର୍ବଦା ସେବଇ ।

ପ୍ରାଣୀଙ୍କର ଦୁଃଖ ସିଏ ସହି ନ ପାରିଲେ,
ନର୍କେ ଠେଲି ଦେଇ ନିଜ ପ୍ରାଣ ଯେ ହାରିଲେ ।

ଖଲିଆପାଲି ରେ ସେ ଯେ ସମାଧିସ୍ଥ ହେଲେ,
ମାନବବାଦ ର ସିଏ ବାର୍ତ୍ତା ସର୍ବେ ଦେଲେ ।

ରାଧାମୋହନ ପୂଜାହାରୀ

ସୋନପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?