Sahitya Jibana

Portal on odia literature

ରଜପର୍ବ – ସମ୍ବିତ ଦାଶ

1 min read

ଓଡିଶା ମାଟିରେ ଅଛି ବାର ମାସେ

ତେର ପରବ ପୁନେଇଁ,

ରଜ ପର୍ବ ପାଇଁ ଏଇ ଭୂଇଁ ହସେ

ଆନନ୍ଦର ସୀମା ନାହିଁ ।।

 

ପରବ ଭିତରେ ଶ୍ରେଷ୍ଠ ପରବ

ରଜ ପରବ ଯା‌‍‌‌ ନାଆଁ,

ଭୁଲି ହୁଏ ନାହିଁ ଏଇ ଜୀବନରେ

ତାହାର ଆଦର ମାୟା ।।

 

ତିନି ଦିନ ପାଇଁ ଆସିଥାଅ ତୁମେ

ପରମ୍ପରା ଆନୁସରି

ଛୁଆଠାରୁ ବୁଢ଼ା ତୁମ ପଥ ଚାହିଁଥାନ୍ତି

ଫୁଲ ତୋଡା ହାତେ ଧରି ।।

 

ରଜ ତିନି ଦିନ ହେବ ସଜବାଜ

କରିବ ମଜା ମଉଜ,

ଏହି ତିନି ଦିନ ରାଗ ଋଷ ନାହିଁ

ନାହିଁ ହିଂସା ପ୍ରଭାବ ।।

 

ସାଥୀ ମେଳେ ସର୍ବେ ଖେଳନ୍ତି ଦୋଳି

ନକରି ରଜରେ କଳି,

ଭାଇଚାରା ବନ୍ଧନେ ବନ୍ଧିଛି ସଭିଙ୍କୁ

ପରମ୍ପରା କଥା ଭଳି ।।

 

ପୋଡ଼ପିଠା ତାର ଅତି ସୁମଧୁର ନିଏ

ସେ ମନ କୁ ତୋଷି,

ନଥାଏ ସେଦିନ ପରକି ଆପଣା

ସବୁରି ମନରେ ଖୁସି ।।

 

ଓଡ଼ିଆ ଜାତିର ଗର୍ବ ଏଇ ପର୍ବ

ଫୁଟାଏ ଅଧରେ ହସ,

ପବିତ୍ର ଏ ଦିନ ପବିତ୍ର ଏ ଋତୁ

ପବିତ୍ର ଏ ଜ୍ୟେଷ୍ଠମାସ ।।

ସମ୍ବିତ ଦାଶ

ପଲ୍ଲୀକଣ୍ଟା, ଏରସମା, ଜଗତସିଂହପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?