Sahitya Jibana

Portal on odia literature

ରଜ – ଗୋପୀନାଥ ସେଠୀ

1 min read

ବରଷକେ ଥରେ ଆସିଚି ରଜ

ଆସିଚି ରଜଲୋ,,

ହେବା ନୁଆ ସଜବାଜ,,,

ପଲ୍ଲୀ ଠୁ ସହର ଖୁସିର ଲହର

ଲାଗିଚି ରଜ ମଉଜ ।।

 

ଏକତା ସୂତ୍ରରେ ବାନ୍ଧି,,

ମମତା ବନ୍ଧନେ ଦେଇଚି ବାନ୍ଧି,,

ଦେଇଚି ବାନ୍ଧି ଲୋ,,

କି ଟୋକା ବୁଢ଼ା ଯୁବତୀ ।।

 

କେତେ ପଣା କେତେ ପିଠା,,

ନବ ବସ୍ତ୍ରେ ଆହାଃ କି ସୁଶୋଭିତା,

କି ସୁଶୋଭିତା ଲୋ

ଦିବ୍ୟାଳଙ୍କାରେ ଳଙ୍କୃତା ।।

 

ସବୁଜିମା ପରିପାଟୀ

ପିନ୍ଧି ଧରଣୀ ମା ରଜସ୍ଵଳା ଟି

ରଜସ୍ଵଳା ଟି ଲୋ,,

କୃଷି କର୍ମ ମନା ଅଛି ।।

 

ତୋଟାରେ ଝୁଲୁଚି ଦୋଳୀ,,

କୁମାର କୁମାରୀ କରନ୍ତି କେଳି,

କରନ୍ତି କେଳି ଲୋ

ଗୀତ ଗାଇ ଝୁଲି ଝୁଲି ।।

 

ଦୋଳି କଲା କଟକଟ,,

ତଳହାହି ଝିଏ କଲୁରୀ ବେଣ୍ଟ,,

କଲୁରୀ ବେଣ୍ଟ ଲୋ,,

ଆମ ସାହି ହୀରା ପେଣ୍ଠ ।।

 

ପାଇ ବରଷାର ସ୍ପର୍ଶ,,

ଆନନ୍ଦିତ ପୃଥ୍ବୀ ବାସୀ ଅବଶ୍ୟ,,

ଖୁସି ଅବଶ୍ୟ ଲୋ,,

ନାଚନ୍ତି ଚାହିଁ ଆକାଶ ।।

 

ଓଡ଼ିଶାର ଗଣ ପର୍ବ,,

ଖୁସିରେ ପାଳନ୍ତି ରଜ ଗୌରବ ,,

ରଜ ପରବ ଲୋ,,

ତିନି ଦିନ ପରେ ଯିବ ।।।

ଗୋପୀନାଥ ସେଠୀ ,ସୋର, ବାଲେଶ୍ଵର

 

Copyright © Sahitya Jibana | Newsphere by AF themes.
Open chat
Hello
How can you help we?