Sahitya Jibana

Portal on odia literature

ପିତୃ ଦିବସ – ରଙ୍କନିଧି ସେଠୀ

1 min read

 

ପିତୃ ଦିବସରେ କି ଗୀତ ଲେଖିବି
ପିତାଙ୍କ ଗୁଣ ବଖାଣି
କେଉଁ ଭଲ ମନ୍ଦ ଗୁଣ ଅଛି ତୁମ
ଅଲଗା କରିବି ଗଣି ll
ଜନ୍ମ ଠାରୁ ମୋର ପାଦେ ପାଦେ ଅଛ
ପଡିଗଲେ ହାତ ଧର
କେତେବେଳେ ରୋଗେ ବିଛଣା ଧରିଲେ
କାନ୍ଦେ ହୃଦୟ ତୁମର ll
ମୋ ମୁହଁରେ ହସ ଦେଖି ତୁମେ ହସ
ସତେକି ଚାନ୍ଦ ହାତରେ
ଅତି ଆଦରରେ କୋଳେ ଭିଡିଦେଇ
ସ୍ନେହ ଢାଳିଦିଅ ଶିରେ ll
ସବୁ ଅରଦଳି କରିଛ ପୂରଣ
ଥାଅ ଯେତେ ଅବସାଦେ
ଦିନ କିବା ରାତି ଜଣା ପଡ଼େନାହିଁ
ଅସୀମ ସାହସ ହୃଦେ ll
ଚଳନ୍ତି ଠାକୁର ମୋର ସ୍ୱର୍ଗପୁରେ
ହୃଦେ ମୋର ବିରାଜିତ
ହୃଦ ସିଂହାସନେ ହୋଇଣ ଆସୀନ
ତ୍ରୀଦେବ ନାମେ ପୂଜିତ ll
ବାପା ତୁମେ ଆଜି ନାହଁ ମୋର ସାଥେ
ଲାଗୁଛି ଯେ ଅସହାୟ
ଜୀବନରେ କେବେ ଜାଣି ମୁଁ ନଥିଲି
ରୋଗ ଶୋକ ଦୁଃଖ ଭୟ ll
ଆଜି ମୁଁ ଜାଣୁଛି ବାପା ଶବ୍ଦ ଅର୍ଥ
ଯେବେ ଛାଡି ଚାଲିଗଲ
ମୋ ଘର ର ମଝି ଖୁଣ୍ଟ ହଲିଗଲା
ଖସିଲା ଶରୀରୁ ବଳ ll

ସେକ୍ଟର-୧୪,
ଘ.ନ-ଏ/୧୨୧
ରାଉରକେଲା
ମୋ:୮୮୯୫୫0୧୩୪୪

Copyright © Sahitya Jibana | Newsphere by AF themes.
Open chat
Hello
How can you help we?