Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ବିରେନ୍ଦ୍ର କୁମାର ପାଣି , କେନ୍ଦ୍ରାପଡ଼ା

1 min read
seashore under white and blue sky during sunset
ସୁଖ ପ୍ରଦାୟନୀ ହେ ଦୁଃଖ ନାସିନୀ
        ଅଟ ଜଗତ ଜନନୀ
    ଭାଇର ଦୁଃଖ ହରଣ କରିକି
      ହୋଇଲ ତୁମେ ଭଗିନୀ।।

  ସ୍ୱାମୀଙ୍କର ଅର୍ଦ୍ଧ ଅଙ୍ଗ ଅଟ ବୋଲି
         ନାମତୁମ ଅର୍ଦ୍ଧାଙ୍ଗିନୀ
   ପତନରୁ ରକ୍ଷା କରି ଆଜି ତୁମେ
      ହେଇଗଲ ତୁମେ ପତ୍ନୀ।।

  ଦୁହିତାର ରୂପେ ଜନମ ହୋଇଲ
         ଦୁଇ କୂଳ ହିତ ପାଇଁ
 ଗଙ୍ଗା ନଦୀ ପରି ଯାଉଥାଅ ବହି
     ସବୁ ପାପ ଧୋଇ ନେଇ।।

  ପୂଜା ବ୍ରତ ସହ ଉପବାସ କରି
       ମାନସିକ କରୁ ଯେବେ
ଦୁଃଖ ବହି ନେଇ ସୁଖ ଦେବା ପାଇଁ
       ଲାଗିଥାଉ ସଦା ଭାବେ।।

  ନୁହେଁ ତୁ ଅବଳା ନୁହେଁ ତୁ ଦୁର୍ବଳା
        ନୁହେଁ ତୁହି ଅତି ତୁଛ
 ତୋ ସ୍ନେହ ମମତା ପଣତରେ ଭରି
       କରିଥାଉ ମର୍ତ୍ତ୍ୟ ଉଚ୍ଚ।।

   ରାକ୍ଷସ ମଣିଷ ବୁଝେ ନାହିଁ ଆଜି
       ଜନ୍ମିଛି ତୋହରି ଗର୍ଭେ
   ଭାବି ବାରଙ୍ଗନା ନିତ୍ୟ ଚିନ୍ତନା
       ଭକ୍ଷଣ କରଇ ଭବେ।।

  ଦୁର୍ଗତି ନାସିନୀ ଦୁଃଖ ନିବାରିଣୀ
       ଦଶଭୁଜା ରୂପ ତୋର
  କରିକି ବାରଣ ମହିସା ହରଣ
    ରହିଯାଉ ଯଶ ତୋର।।

           ✍️ବିରେନ୍ଦ୍ର କୁମାର ପାଣି
             ସ୍ଥାନ:: ଆଳି,କେନ୍ଦ୍ରାପଡା