Sahitya Jibana

Portal on odia literature

ରକ୍ତ ଦାନ ଦିବସର ଶୁଭେଚ୍ଛା – ଯୁଧିଷ୍ଠିର ମାଝି

1 min read

ସୁଷମା ! ସୁଷମା !

(ସୁଷମା)
ହଁ, ଆସୁଛି ମୁଁ ଆସୁଛି
ବସିପଡ ଚେୟାର୍ ଟାକୁ ନେଇକି,

ଆଜି ସ୍ପେସିଆଲ୍ କରି,
ଜଳଖିଆ ତିଆରି କରିଛି ।

କେବଳ…
କେବଳ ତମ ପାଇଁ କି,

ସେଥିପାଇଁ ଆଜି ଡେରି ହେଇଛି
ସେ କାରଣ ପାଇଁ କ୍ଷମା ମାଗୁଛି

(ସ୍ବାମୀ)
ହେଉ କ୍ଷମା ମାଗିବାର
ଆବଶ୍ୟକତା ନାହିଁ
ପୁରି ସାଥେ ତରକାରୀ
ଭାରି ଭଲ ଲାଗୁଛି ।

ହେଲେ ବୁଝି ପାରୁନି
ମୋ ପୁଅର
ଜନମ ଦିନ ବି ନୁହଁ
ଆଜି କୋଉ ଦିନକି…

ନୂତନ ଶାଢ଼ୀ
ନୂତନ ଗହଣା ପିନ୍ଧି…
ଏତେ ସୁନ୍ଦର ଦିଶୁଛ ଯେ
ତୁମକୁ ଚାହିଁ ରହିଛି ।

ତମ ରୂପ ବେଶ ଦେଖି,
ମନଟା ରୋମାଣ୍ଟିକ ହେଉଛି ।

ହେଲେ ବୁଝି ପାରୁନି
ଏ ଶାଢ଼ୀ,
ତୁମକୁ କିଣି ଦେଇନି,
ଶାଶୂଘରରୁ ଆଣିଛ
ଏ କଥା କେବେ ଶୁଣିନି,

ଲକ୍ ଡାଉନ୍ ସର୍ଟ ଡାଉନ
ଯୋଗୁଁ…
ଖୋଲୁ ନାହିଁ ହାଟ ବଜାର
କୁହ ସତ କୁହ ତୁମେ !
ଏ ସାଢୀ…
ତୁମକୁ କିଏ
ଦେଇଛି…ଉପହାର ?

କାହା ସାଥିରେ ଚାଲୁନି ତ ଚକ୍କର ?

(ସୁଷମା)
ତୁମ ନାଁ ରେ
ମୋ ମଥାରେ ସିନ୍ଦୁର
ଆଉ କେମିତି…
କାହାକୁ କରିବି ନିଜର
କେମିତି…
ମୋ ପୁଅ ଝିଅକୁ
କରିଦେବି ପର ।

ଆଉ କିଏ ମତେ,
ଉପହାର ଦେଇଛି,
ଏ କଥା ସତ…
ଯାହା ତମ ମନ,
ଭାବୁଛି ସେ ସବୁ ମିଛ… ।

ତୁମର ମନେ ଅଛି କି ନାହିଁ
ଏ କଥା ମୁଁ ଜାଣିନି,
ହେଲେ ମୋର ମନେ ପଡେ
ସେ ନବ ଦାମ୍ପତ୍ୟଙ୍କ
ପ୍ରେମ କାହାଣୀ ।

ବାଇକ୍ ଏକ୍ସିଡେଣ୍ଟରେ
ତା ସ୍ବାମୀ,
ହସ୍ପିଟାଲରେ ମରଣ ସାଥିରେ
କରୁଥିଲା ଲଢେଇ…
ଓ ପୋଜିଟିଭ୍ ଗ୍ରୁପ ରକତ
ମିଳୁ ନ ଥିଲା
ତମ ରକ୍ତ ପାଇ…
ହୋଇଥିଲା ସେ ବିଜୟୀ ।

ଖୁସିରେ ସେମାନେ
ଆମ ସମସ୍ତଙ୍କୁ
ଉପହାର ଦେଇଥିଲେ…
ଏ ବିଷୟେ
କହିନି ତମକୁ ଥରେ ହେଲେ ।
ଓହୋ…………

(ସୁଷମା)
ମୋ ତରଫରୁ
ରକ୍ତ ଦାନ ଦିବସର
ଶୁଭେଚ୍ଛା ଓ ଅଭିନନ୍ଦନ

ଲୋକଙ୍କୁ ସବୁବେଳେ
ସାହାଯ୍ୟ କରୁଥାଅ
ହସୁଥିବ ସଦା ମୋ ମନ ।

☞︎︎︎❥︎ ଜୁଜେଶ (ଯୁଧିଷ୍ଠିର ମାଝି)
☞︎︎︎❥︎ ଡାଳଗୁମା, ସଗଡା
☞︎︎︎❥︎ ଭବାନୀପାଟଣା, କଳାହାଣ୍ଡି
☞︎︎︎❥︎ ମୋ: ୭୮୪୬୮୪୭୨୪୯

Email – judhisthirmajhi7249@gmail.com

Copyright © Sahitya Jibana | Newsphere by AF themes.