Sahitya Jibana

Portal on odia literature

ଜଳୁଛି ଧରଣୀ – ଗୋବିନ୍ଦ ଚନ୍ଦ୍ର ଫାରକ

1 min read

ଜଳୁଛି ଧରଣୀ ମରଣ ନିଆଁରେ ମହାମାରୀ ଆପଣେଇ
କିଏ ଵୈଜ୍ଞାନିକ କାହିଁକି ଭାବିଲା ମଣିଷର ଧଂସ ପାଇଁ
ଧରଣୀ ବକ୍ଷରେ ଯେତେ ଚିକିତ୍ସକ ଯେତେ ବୈଜ୍ଞାନିକ ଛନ୍ତି
ଦିନ ରାତି ଏକ କରି ଖୋଜୁଛନ୍ତି କାହିଁ ନପାଆନ୍ତି କିଛି ।।

ମହାମାରୀ ଯୋଦ୍ଧା ହଜୁଛନ୍ତି ଯେତେ ତାହାର ତୁଳନା ନାହିଁ
ବିକଳରେ ସର୍ବେ ସଙ୍ଗରୋଧ ପାଇଁ ଅନୁରୋଧ କରୁଛଇଁଁ
ଇଲାଜ ଯା କିଛି ହୋଇଛି ପ୍ରସ୍ତୁତ ପର୍ଯାପ୍ତ ନୁହଁଇ ସେହି
ମାସ୍କ ଓ ସଙ୍ଗରୋଧ ବିନା ସଵୁ ଅବ୍ୟର୍ଥ ଚିନ୍ତା ଅଟଇ ।।

ଆତ୍ମୀୟ ସ୍ଵଜନେ ବିଭେଦ ପ୍ରାଚୀର ଦୁଃଖର କାରଣ ହୋଇ
ମାତା ଠାରୁ ପୁତ୍ର ସ୍ୱାମୀ ଠାରୁ ସ୍ତିରୀ ବିଛେଦ ହୋଇଣ ରହି
ସ୍ନେହ ଶ୍ରଦ୍ଧା ପ୍ରେମ ଦୁରୀଭୂତ ଏଠି କାହା ମନେ ନାହିଁ ଶାନ୍ତି
ଶାନ୍ତ୍ୱନା କେବଳ ମନକୁ ବୁଝାଏ ମନେ ସଭିଙ୍କର ଭ୍ରାନ୍ତି ।।

ଟୀକା କରଣରେ କିଛି ଶାନ୍ତ୍ୱନା ରେ ମନ କିଛି ବୁଝୁଛଇଁ
ଅମାନିଆ ଯୋଗୁଁ ଦ୍ରୁତ ସଂକ୍ରମଣ ବଢ଼ିବଢି ଚାଲିଛଇଁ ।।

ଗୋବିନ୍ଦ ଚନ୍ଦ୍ର ଫାରକ
ସା-ପଲ୍ଲୀ, ପୋ-ବାଲିପୁଟ, ଜିଲ୍ଲା-ପୁରୀ ।।