Sahitya Jibana

Portal on odia literature

ଆଲୋ ମୋ ବୋହୂ – ଯୁଧିଷ୍ଠିର ମାଝି

1 min read

ଯାଉଥିଲି ବସରେ
ଦେଖିଲି ମହିଳାଟେ
ବୟସ ମୋ ମାଆ
ବୟସ ଭିତରେ

ତା ପାଟିଟା ମେସିନ ପରି
ଅନବରତ ଚାଲେ
ସେ ଧିରେ ଧିରେ ଆସି
ମୋ ପାଖରେ ବସିଲେ

କହିବାକୁ ଲାଗିଲେ
ଆଲୋ ମା ତୋ ନାଁ କ’ଣ
ତୋ ପାଖେ କି କୁହୁକ ଅଛି
କିଣିନେଲୁ ମୋ ମନ

ଜାଣିଛୁ ମୋ ପୁଅ ବି
ଦେଖିବାକୁ ସୁନ୍ଦର
ପାଠ ପଢିବା ପାଇଁ
ଯାଇଥିଲା ସହର

ପାଠ ପଢା ସାରି
ତିନି ମାସ ହେବ
ଗାଁକୁ ଫେରି ଆସିଛି

କହିବାକୁ ଲାଗିଲି
ତମ ପୁଅ ଗାଁକୁ
ଫେରି ଆସିଛି
ଏ ସବୁ ମତେ କହି
ତମର ଲାଭ କେଉଁଠି

ତମେ ମତେ ଜାଣି ନାହଁ
ତୁମକୁ ବି ମୁଁ ଜାଣି ନାହିଁ
ଏମତି କଥା କହୁଛ ଯେମିତି
ତମ ଘରକୁ ଯିବି ବୋହୂ ହେଇ

ଆଲୋ ମା ରାଗ୍ ନା
ବିବାହ ହେବାର ବୟସ
ହେଲାଣି ତୋମର
ବାହା ହେବୁ ନାହିଁକି
ଆଉ କେତେ ଦିନ ଥିବୁ
ବାପ ଘରେ ରହିକି
ଝିଅ ଜନମ ପରା
ପର ଘର ପାଇଁ କି

ଭାଗ୍ୟରେ ଥିଲେ
ବାପଘର ଶାଶୂ ଘର
ଦି ପରିବାର ମିଳେ

କେତେବେଳେ କହିଲି
ତତେ ମୋ ଘରକୁ
ନେବି ବୋହୂ କରିକି

ମୋ ମନ କଥା ମନେ ପାରେନି ରଖି
ମତେ ପସନ୍ଦ ଆସିଲୁ ବୋଲି
ଏହି ଉଦ୍ଧେଶ୍ୟରେ ତତେ କହିଲି

ପାଠରେ ସାଠରେ ଗୁଣରେ ରୂପରେ
ମୋ ପୁଅ ଏକ ନମ୍ବର
ମୋ ପୁଅ ସାଥେ ତୋ ଯୋଡି
ପାରବତୀ ମହେଶ୍ବର

ଆଜିକାଲି ମାଆ ମାନେବି
ଯେଉଁଠି ଇଚ୍ଛା ସେଇଠି
ନିଜ ପୁଅ ଝିଅର କଥା କହନ୍ତି
ସେ ଏମିତି ସେମିତି କହି
କେଜାଣି ନିଜକୁ ସେମାନେ
କ’ଣ କ’ଣ ଭାବନ୍ତି

ମନେ ଭାବିଲି ଏ ବୁଢୀଟା ପାଗଳି ହେଇ ଯାଇଛି
ମତେ ବୋହୂ କରି ନେବାର ସପନ ଦେଖୁଛି
ମୁଁ ଜଣେ ପୁଅକୁ ଭଲ ପାଉଛି
ସେ ଏ ବିଷୟେ ଜାଣିନି କିଛି

କହିଲି……
ମୁଁ ଵି ଏ ପଡୁଛି
ଏମ୍ ଏ କରିବି
ବାହା ହେବିନି ତା ଭିତରେ
ତମ ପୁଅ ସୁନା ହେଉକି ରୂପା ହେଉ
ବାହା ହେବିନି ତା ସାଥିରେ

ଆଲୋ ମା’ ବୁଝିଲି ବୁଝିଲି
ତୋ ମନର ରାଜ କୁମାର
ତତେ ମିଳି ସାରିଛି
ସେଥି ପାଇଁ ଏ ସବୁ ବାହାନା
କରିବାକୁ ପଡୁଛି

ହଁ ମୋ ମନର ରାଜ କୁମାର
ମତେ ମିଳି ଯାଇଛି
ସେ ହୃଦୟରୁ ମତେ
ଏତେ ଭଲ ପାଉଛି
ତା ପାଇଁ ଏ ଜଗତେ
କିଛି ବି ମୁଁ କରିପାରିବି ।

ହେଉ ହେଉ ତୋ ରାଜ କୁମାରର
ଫଟୋ ଦେଖିବା
ତା ପରେ ତମ ପ୍ରେମ କହାଣୀ
ବିଷୟକୁ ଯିବା

ଆଲୋ ମା ଆଲୋ ମା
ଏ କ’ଣ ଦେଖୁଛି

ଏ ପୁଅକୁ ଭଲ ପାଉଛୁ
ଏ ପୁଅ ବିଷୟେ କ’ଣ ଜାଣିଛୁ

ଆଣ୍ଟି କ’ଣ ହେଲାକି ?

ହଁ ବୁଝିଲି ବୁଝିଲି
ଏଥି ପାଇଁ ବାହାଘର
କଥା କହିଲେ ରାଗିଯାଉଛି

କ’ଣ ହେଲା କି ? ଆଣ୍ଟି

ଯେଉଁ ଫଟୋ ଦେଖାଇଲୁ
ସେ ପରା ମୋ ପୁଅଟି ।

ଆଲୋ ମୋ ବୋହୂ
ଏବେ ଆମ ଘରକୁ
ବୋହୂ ହେଇ ଆସିବୁଟି ।

ଜୁଜେଶ (ଯୁଧିଷ୍ଠିର ମାଝି) ମୋ ନଂ – ୭୮୪୬୮୪୭୨୪୯
ଡାଳଗୁମା, ସଗଡା, ଭବାନୀପାଟଣା, କଳାହାଣ୍ଡି, ଓଡିଶା,
ପିନ କୋଡ୍-୭୬୬୦୦୨
Email-judhisthirmajhi7249@gmail.com