Sahitya Jibana

Portal on odia literature

ଚକ୍ଷୁ ରେ ବନ୍ୟା – ମମତା ବାରିକ 

1 min read

ହଁ କାହିଁକି ଦେବ ତୁମେ,,,

ମୋ ଚକ୍ଷୁରେ ଅଶ୍ରୁର ବନ୍ୟା,,,,!

ଅଟକି ଯାଇଥିବା ନିଶ୍ୱାସ ରେ

ଭରି ଦେଲ ତୁମେ ସୁଗନ୍ଧ ଗନ୍ଧବହ,

ହାରି ଯାଇଥିବା ମନ ରେ ଭରିଦେଲ,

ଇଚ୍ଛା ଶକ୍ତି ର ବାର୍ତ୍ତାବହ,,,,,,

ହଁ କାହିଁକି ଦେବ ତୁମେ,,,,,,,,

ମୋ ଚକ୍ଷୁ ରେ ଅଶ୍ରୁର ବନ୍ୟା!

 

ତୁମ ର ସେଇ ଦୁଇ ପଦ କଥାରେ

ଭରି ରହିଥିଲା ବା ବିଭିନ୍ନ ଗନ୍ତବ୍ୟ ପଥ,

ହଁ ତୁମ ସେଇ ପିଲାଳିଆମି ରେ

ରହିଥିଲା ବା ପ୍ରେମର ସାର୍ଥକତା।

ହଁ ତୁମ ର ମନେ ନାହିଁ କି!

ନାଁ ଭୂଲି ଯାଇଛ ,,,,,,!

କହିଥିଲ ବା ତୁମେ ,

ମୋର ନାହିଁ କିଛି ଠିକଣା

ହେଲେ ଏହି କଥା ଥିବ ଚିରକାଳ,

ମନେ ତୁମର ବାର୍ତ୍ତା ଚିହ୍ନ ହୋଇ,,,!

ହଁ କାହିଁକି ଦେବ ତୁମେ,,,,,

ମୋ ଚକ୍ଷୁ ରେ ଅଶ୍ରୁର ବନ୍ୟା,,,!

 

ପରିକଳ୍ପନା ର ନାୟକ ହୋଇ ,

ଆସିଥିଲ ବାସ୍ତବ ଜୀବନେ,,,,,,

ମୁଠାଏ ନକ୍ଷତ୍ର ର ପୁଞ୍ଜ ର ଆଲୋକ

ଆଣି ,ଭରିଦେଲ ଆଲୋକ ର ଯାତ ଜୀବନେ,,,,,,,,,,

ମନରେ ମୋ ସିଂହରଣ କଲା

ତୁମ ର ସେଇ ବାସ୍ତବ ପ୍ରେମ,

ମନରେ ଫୁଟି ଗଲା ଗୋଲାପର କଢ,

ହଁ କାହିଁକି ଦେବ ତୁମେ,,,,

ମୋ ଚକ୍ଷୁ ରେ ଅଶ୍ରୁର ର ବନ୍ୟା,,,,!

 

ଝରଣା ର ଶୀର୍ଷକ ଦେଶେ

ଉଡିବୁଲୁଥିଲ କି ତୁମେ,,,,,,,

ମୋର ତୃର୍ଷ୍ଣା ମେଣ୍ଟାଇବା କୁ ଆସିଥିଲ

ପାତ୍ରରେ ଧରି ମଧୂପ ର କରାଳ ବିଶ?

ମତେ ତୁମ ପ୍ରେମ ବର୍ଷା ରେ ଭିଜାଇ,

ଛାଡିଗଲ କଳାବାଦଲ କୋଳେ,

ତଥାପି ତୁମେ ହିଁ ମୋ ପ୍ରେମର ଆରମ୍ଭ ଓ ଇତି,,,,

ହଁ କାହିଁକି ଦେବ ତୁମେ

ମୋ ଚକ୍ଷୁ ରେ ଅଶ୍ରୁର ବନ୍ୟା,,,!

 

ଲଣ୍ଠନ ଆଲୋକ ପରି ଥିଲା ତୁମ ପ୍ରେମ,

ଦିପ୍ ଦିପ୍ ହେଇ ଉଡିବୁଲୁଥିଲା,

ଏବେ ପ୍ରଶ୍ନ ମାଗିଲେ ,ଉତ୍ତର ପାଇଁ ଖୋଜି ବୁଲୁଛ,,,,,,!

ହଁ କାହିଁକି ଦେବ ତୁମେ,,,

ମୋ ଚକ୍ଷୁ ରେ ଅଶ୍ରୁର ବନ୍ୟା,,,!

 

 

ମମତା ବାରିକ 

ସ୍ଥାନ-ଯାଜପୁର,ବାରବାଟୀ,ବାମଦେବପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?