Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ରାଜଶ୍ରୀ ଶତପଥୀ , ଜଗତସିଂହପୁର

1 min read
seashore under white and blue sky during sunset


ନାରୀ ସଶକ୍ତିକରଣ,
ଶବ୍ଦ ଟି ଶୁୁଣି ମନରେ ଜାତହୁଏ କୌତୁହଳ
ଅନାବନା କଥା ଗୁଡାଏ ଆସିଯାଏ ମନକୁ
ଶରୀର ରେ ଖେଳିଯାଏ ଶିହରଣ ।…….॥୧॥

ଆମ ଭାବନା ପରିସରରେ ,
ନାଚି ଉଠେ ଅନେକ ଖଡ୍ଗ ଖର୍ପରଧାରୀ ଦେବୀଙ୍କ ଚିତ୍ର ମାଳା
ଗୋଟିଏ ପ୍ରଶ୍ନ ମନରେ ଗୁଞ୍ଜରିତ ହୋଇଉଠେ
ଏହା କ’ଣ ସଶକ୍ତିକରଣ ବାସ୍ତବରେ ? ? ? ……॥୨॥

ପୁରାତନ ଯୁଗରୁ ମଧ୍ଯ,
ଦେବୀ ସ୍ଥାନରେ ବସାଇ ଦିଆଯାଇଛି ନାରୀକୁ
କୁସଂସ୍କାର ଓ ଅନ୍ଧ ବିଶ୍ୱାସ ର ଶିକାର ହୋଇ
ଘର କୋଣରେ ରହିବାକୁ ହୋଇଛି ସେ ବାଧ୍ଯ ।……॥୩॥

ମାନବ ରୂପରେ ଜନ୍ମ ନେଇଛି,
କିନ୍ତୁ ଦେବୀ ଶବ୍ଦ ର ସାର୍ଥକତା ପ୍ରତିପାଦନ ପାଇଁ
ଛାର ସମାଜ ର କଟାକ୍ଷ୍ୟ ରୁ ବଞ୍ଚିବାକୁ ଯାଇ
ନିଜର ସ୍ୱାତନ୍ତ୍ର୍ଯ କୁ ବଳି ଦେଇଛି।…….॥୪॥

ନାମ ଧାରଣ କରିଛି ଦୁହିତା,
ଦୁଇଟି କୁଳ ର ହିତ ପାଇଁ ସେ ଆଜି ପ୍ରସ୍ତୁତ
ନିଜ ସୁଖ ସ୍ୱପ୍ନ କୁ ନିଜ ହାତରେ ଭାଙ୍ଗିଦେଇ
ମନର କୋହ କୁ ମନରେ ମାରି ଦେଇଛି ସେ,
ମିଛ ସମ୍ପର୍କ ର ବନ୍ଧନକୁ ଡରି
ସେ ଆଜି ଭୁଲିଯାଇଛି ତା’ ଜୀବନର ସତ୍ୟତା ।…..॥୫॥

ସମୟ ବଦଳୁଛି,
ତା’ ସହ ତାଳ ଦେଇ ବଦଳୁଛି ସମାଜ
ନାରୀ ର ଉନ୍ନତି ପାଇଁ ସରକାର ନେଉଛନ୍ତି ନୂତନ ପଦକ୍ଷେପ
ଶିକ୍ଷାକ୍ଷେତ୍ର ରେ ଦିଆଯାଉଛି ଅଗ୍ରାଧିକାର
ଅନ୍ଧକାରରେ ପୂର୍ଣ୍ଣ ବନ୍ଦ କାରାଗାର ରୁ
ନାରୀ ଏବେ ମୁକୁଳୁଛି ।…….॥୬॥

ନାରୀ ର ସ୍ୱତନ୍ତ୍ରତା,
ନିଜସ୍ୱ ମନ୍ତବ୍ୟ ବ୍ୟକ୍ତ କରିବାର ଅନୁମତି ସଙ୍ଗେ
ନିଜ ଇଚ୍ଛା ରେ ଜୀବନ ବଞ୍ଚିବାର ସ୍ଵାଧୀନତା
ଏହା ହିଁ ଅଟେ ନାରୀ ସଶକ୍ତିକରଣ ର ବାସ୍ତବତା ।…….॥୭॥


ନାମ – ରାଜଶ୍ରୀ ଶତପଥୀ
ପିତା – ପର୍ଶୁରାମ ଶତପଥୀ
ଗ୍ରାମ/ପୋ. ଅ.-  ବୋରିକିନା
ଜିଲ୍ଲା –  ଜଗତସିଂହପୁର
ପିନ୍ – ୭୫୪୧୧୦
ଫୋନ –୬୩୭୨୧୫୩୯୮୪
+++++++++++++++