Sahitya Jibana

Portal on odia literature

ଆନନ୍ଦ ନଗର (ଭାଗ—୪୦) କନ୍ଧମାଳ ଭ୍ରମଣ – ଟିକେଶ୍ୱର ସାହୁ

1 min read

କନ୍ଧମାଳ ଜିଲ୍ଲା ଅରଣ୍ୟ ବେଷ୍ଠିତ
ଫୁଲବାଣୀ ମହକୁମା,
ଅପରୂପ ଶୋଭା ପାହାଡ଼ି ଝରଣା
ଗାଇଯାଏ ଗୀତ ନାନା |୩୯୧|
ଓଡ଼ିଶା କାଶ୍ମୀର ଦାରିଙ୍ଗିବାଡ଼ିରେ
ଶୀତରେ ବରଫପାତ,
ଶୀତୁଆ ସକାଳ କୁହୁଡ଼ି ଚାଦର
ଦେହେ ଲାଗେ ଶୀତ ମୀତ |୩୯୨|
ରାଇକିଆ, ଟିକା ବାଲି, ଚକାପାଦ
କୋଟଗଡ଼, ବାଲିଗୁଡ଼ା,
ଜି.ଉଦୟଗିରି, ଫୁଲବାଣୀ ବୁଲା
ମଜାଲାଗେ ଫିରିଙ୍ଗିଆ |୩୯୩|
ମନ ମଜିଯାଏ ବେଲଘର କ୍ୟାମ୍ପ
ପ୍ରକୃତିର ସୁଖ କୋଳ,
ହିଲ ଭିଉ ପାର୍କ ପହଞ୍ଚିଲେ ଧନ
ମନେ ଲାଗେ ମୀଠା ଖେଳ |୩୯୪|
ଯେବେ ବୁଲିଯିବ ପୁତୁଡ଼ି ପ୍ରପାତ,
ମିଦୁବନ୍ଦର ପ୍ରପାତ ,
ମନ ମୋହିନିଏ ପକଡ଼ାଝରର
ସୁନ୍ଦର ଜଳପ୍ରପାତ |୩୯୫|
ଅଭୟାରଣ୍ୟରେ ଭରପୁର ଶୋଭା
ମନ୍ଦସରୁର ଅରଣ୍ୟ,
ପଦ୍ମତୋଳା ଆଦି ଜୀବଜନ୍ତୁ ଭରା
ପ୍ରକୃତି ଚିତ୍ରରେ ଗଣ୍ୟ |୩୯୬|
ଫୁଲବାଣୀ ଗଲେ ବୁଲି ଦେଖିହେବ
ଟିକରପଡ଼ା କୁମ୍ଭୀର,
ସାତକୋଶିଆର ଜର୍ଜ ବନ୍ୟପଶୁ
ବ୍ୟାଘ୍ର ପ୍ରକଳ୍ପ ସୁନ୍ଦର |୩୯୭|
ପ୍ରଭୁ ଜଗନ୍ନାଥ ମନ୍ଦିର ଦର୍ଶନ
ବରଲା ଦେବୀ ମନ୍ଦିର,
ଜଲେଶପଟାର ମହାଶିବଲିଂଗ
ମା’ ନାରାୟଣୀ ମନ୍ଦିର |୩୯୮|
ଗୌଡ଼ଦେଇ ଡୁଙ୍ଗ୍ରି, ଡୁଙ୍ଗି ମନ୍ଦିର ଯେ
ବୁଲିଯିବା ଚକାପାଦ,
ବୌଦ୍ଧ ସ୍ମୃତି ଚିହ୍ନ ପାହାଡ଼ ବେଷ୍ଠିତ
ଇଟାଗଢ଼ା ଘର ଅଧ |୩୯୯|
ଫୁଲବାଣୀ ଫୁଲ ହର୍ବାଲ ଗାର୍ଡେନ,
ବିରୁପକ୍ଷା ମନ୍ଦିରଟି,
କଣ୍ଡମାଳ ଜଳ ପ୍ରପାତ ଶୀତଳ
ବିରାଟ କଳିଙ୍ଗଘାଟି |
————————————

ଟିକେଶ୍ୱର ସାହୁ
ନଳବଂଧ,ବାରକୋଟ,ଦେବଗଡ଼ |
ମୋ—୯୯୩୮୫୭୦୯୯୧ /୯୪୩୭୮୭୬୮୪୪ |
ତା—୧୧.୬.୨୦୨୧ |

Leave a Reply