Sahitya Jibana

Portal on odia literature

ଆନନ୍ଦ ନଗର (ଭାଗ—୩୯) ବୌଦ୍ଧ ଜିଲ୍ଲା ଭ୍ରମଣ – ଟିକେଶ୍ୱର ସାହୁ

1 min read

ବଉଦ୍ଧ ଭ୍ରମଣ ଆନନ୍ଦ ଆନନ
ପ୍ରୀତି ମନେ ଆନନ୍ଦିନୀ,
ଗଉତମ ବୁଦ୍ଧ ସ୍ମୃତି ଚିନ୍ତି ମନ
ଆରମ୍ଭ ଗଜ ଗମନୀ |୩୮୧|
ଭୂମିସ୍ପର୍ଶ ମୁଦ୍ରା ପଦୁଅଁ ଉପରେ
ବୌଦ୍ଧ ମୂର୍ତ୍ତି ବଉଦ୍ଧରେ,
ବିଶାଳ ମୂର୍ତ୍ତିରେ ଦୁଇ ହସ୍ତେ ଉଭା
ଦୁଇ ଗନ୍ଧର୍ବ ସୁଖରେ |୩୮୨|
ଅନ୍ୟ ବୌଦ୍ଧ ମୂର୍ତ୍ତି ଝରାବାଉଡ଼ିଆ
ଶ୍ୟାମସୁନ୍ଦରପୁରରେ ,
ପାଞ୍ଚ ଫୁଟ ଉଚ୍ଚ ଦୁଇ ଗନ୍ଧରବ
ଶୋଭନ୍ତି ଦୁଇ ହସ୍ତରେ |୩୮୩|
ପ୍ରଗାଳପୁରର ବୌଦ୍ଧ ମୂର୍ତ୍ତି ପୁଣି
ତିନି ଫୁଟ ପାଞ୍ଚ ଇଞ୍ଚ,
ଡାହାଣ ହସ୍ତରେ ପଞ୍ଚ ଉଗ୍ରତାରା
ମୂରତି ରହିଛି ପାଞ୍ଚ |୩୮୪|
ଗନ୍ଧରଡ଼ିଠାରେ ଚାରିଶମ୍ଭୁ ଶିବ
ମନ୍ଦିରେ ଦେବ ପୂଜିତ,
ସୋମବଂଶୀ ରାଜା ଜଗତିପୁରରେ
ରାଜଧାନୀଟି ସ୍ଥାପିତ |୩୮୫|
ଖିଞ୍ଜିଳି ମଣ୍ଡଳ ଡମ୍ବରୁ ପାହାଡ଼
ସଂଗ୍ରାମପୁର ନିକଟେ,
ନାଏକ୍ପଡ଼ା ଗୁମ୍ଫା ସୋଭନଦେବଙ୍କ
ନାମ ପୁଣି ଆଜି ରଟେ |୩୮୬|
ରାମେଶ୍ବର ରାମ ନାଥଙ୍କ ମନ୍ଦିର
ଶିବ ବୌଦ୍ଧ ସମାହାର,
ନୀଳମାଧବ ଓ ସିଦ୍ଧେଶ୍ବର ବାବା
ଜଗତି ଦ୍ବେତ ମନ୍ଦିର |୩୮୭|
ପଦ୍ମତୋଳା ଆଦି ସାତକୋଶିଆ ଯେ
ମହାନଦୀ ଗଣ୍ଡମାନ ,
ମହାନଦୀ ମଝି ମାର୍ଜାକୁଦାଞ୍ଚଳ
ପୀତାବଳୀ ଦେବୀ ସ୍ଥାନ |୩୮୮|
ପୁରୁଣାକଟକେ ଭୈରବୀ ମନ୍ଦିର
ପ୍ରତ୍ୟକ୍ଷ ଦେବୀ ଅଟନ୍ତି,
ମାତଙ୍ଗେଶ୍ବର ଓ ଚନ୍ଦ୍ରଚୂଡ଼ ଶିବ
ମହାନଦୀ କୂଳେ ଛନ୍ତି |୩୮୯|
ନୂଆପଡ଼ା ଡ୍ୟାମ ଜଟସମାଧି ଯେ
ବଲାସିଂହା ନାମ ଗାଏ,
ମହାନଦୀ କୂଳ ଯୋଗୀନ୍ଦ୍ର ମହଲ
ହନୁମାନ ପୂଜାପାଏ |୩୯୦|
————————————

ଟିକେଶ୍ୱର ସାହୁ
ନଳବଂଧ,ବାରକୋଟ,ଦେବଗଡ଼ |
ମୋ—୯୪୩୭୮୭୬୮୪୪ /୯୯୩୮୫୭୦୯୯୧ |
ତା—୧୦.୬.୨୦୨୧ ,ସାବିତ୍ରୀ ଅମାବାସ୍ୟା |

Copyright © Sahitya Jibana | Newsphere by AF themes.