Sahitya Jibana

Portal on odia literature

ସାବିତ୍ରୀ ବ୍ରତ – ଅମୂଲ୍ଯ କୁମାର ନାୟକ

1 min read

ଧର୍ମରାଜଙ୍କର ଦ୍ରୌପଦୀ ତୁଳନା
ବିଶ୍ବରେ ଶ୍ରେଷ୍ଠ ବିଦିତା
ମାର୍କଣ୍ଡେ ଗାଇଲେ ପଞ୍ଚସତୀ ମୁଖେ
ସତୀ ସାବିତ୍ରୀଙ୍କ ଗାଥା ।।

ଅଶ୍ବପତି କନ୍ଯା ସୁନ୍ଦରୀ ସୁଗୁଣା
ମଦ୍ରା ରାଜକନ୍ଯା ସତୀ
ନିଃସନ୍ତାନ ରାଜା ମନରେ ସ୍ମରିଲେ
ପାଇଲେ ସାବିତ୍ରୀ ପୁତ୍ରୀ ।।

ବନଚାରୀଟିଏ ସିଦ୍ଧାନ୍ତ କରିଲେ
ସ୍ବାମୀ ରୂପେ ବରିବାକୁ
ଅରଣ୍ଯ ମଧ୍ଯରେ ବିହାର ସମୟେ
ପାଇଲେ ସତ୍ଯବାନକୁ ।।

ଏକ ବର୍ଷ ପରେ ମୃତ୍ଯୁ ଯେ ନିଶ୍ଚିନ୍ତ
ଜାଣି ବି ସାଜିଲେ ପତ୍ନୀ
ହୃଦୟ ଯେଉଁଠି ସର୍ବସ୍ବ ମାନୁଛି
କିଏ ବା କରିବ ଇତି ।।

ତ୍ରି-ରାତ୍ର ବ୍ରତ ଯେ କରିଲେ ସାବିତ୍ରୀ
ସତୀଗୁଣେ ସ୍ବାମୀ ପାଇଁ
ଯନ୍ତୁରାଣ ଠାରୁ ଆଣିଲେ ଜୀବନ
ମହାସତୀ ରୂପ ନେଇ ।।

ଶତପୁତ୍ରର ଜନନୀ ଲଭିଲେ
ଅଶ୍ବପତି ରାଜଜେମା
ସ୍ବାମୀ ପାଇଁ ସିଏ ରଖିଗଲେ ଯଶ
ପତ୍ନୀ ରୂପେ ହୋଇ ଗଣା ।।

ଅନ୍ଧ ଶ୍ବଶୁରର ଚକ୍ଷୁ ଦାନ ଦେଲେ
ସ୍ବୟଂ ଯମରାଜ ପୁଣି
ଏପରି ସତୀଟେ ସ୍ବର୍ଗପୁରେ ନାହିଁ
ମାର୍କଣ୍ଡେ କହିଲେ ଭଣି ।।

ଜ୍ଯେଷ୍ଠ ଆମାବାସ୍ଯା ହେଲାନି ଅନ୍ଧାର
ସତୀ ଆଲୋକର ଆଭା
ପ୍ରତି ନାରୀ ପାଇଁ ସ୍ବାମୀ ଯେ ମହାନ
ପୁରାଣେ ହେଇଛି ଉଭା ।।

ସେହି ଦିନଠାରୁ ପ୍ରତି ନାରୀଗଣ
ପାଳନ୍ତି ସାବିତ୍ରୀ ବ୍ରତ
କାଷ୍ଠା ଉପବାସ ନିର୍ଜଳା ନିଶ୍ବାସ
ମଂଗଳ ବିଧାନ ସତ ।।

ସ୍ନାହାନେ ପ୍ରଭାତ ସାତଗଣ୍ଠି ବ୍ରତ
ଧବଳ ବସ୍ତ୍ରକୁ ଧାଇ
ଶୁଭ ମନାସନ୍ତି ଆଶୁତୋଷ ଠାରେ
ଜୀବ ଯାଉ ସ୍ବାମୀ ଥାଇ ।।

ଅମୂଲ୍ଯ କୁମାର ନାୟକ
ଶିଖରପୁର, କଲେଜ ଛକ
କଟକ ,

Leave a Reply