Sahitya Jibana

Portal on odia literature

ସାବିତ୍ରୀ – ପ୍ରଜ୍ଞାଲିନ ସାହୁ

1 min read

କେତେ ଉପବାସ କେତେ ଯେ ବ୍ରତ
ଆପଣାଏ ପରିବାର ଖୁସି ପାଇଁ
ନାରୀ ରୂପେ ସେ ଅଟେ ନାରାୟଣୀ
ବିପଦ ମୁଖରୁ ସଭିଙ୍କୁ ବଞ୍ଚାଏ ଆସି ||
ପର ଘରକୁ ଯାଇ କରଇ ନିଜର
ସ୍ୱାମୀର ଖୁସିରେ ବଢ଼ାଇ ହାତ
ଗୁଣରେ ସହିଷ୍ଣୁତା ସ୍ନେହରେ ପ୍ରେମ ବତୀ
ଦୁଃଖ ଭୁଲି ମୃହୁତ୍ତକେ ନିଏ ଆପଣାଇ ||
ଆଜୀବନ ସଧବା ପାଇଁ କରଇ ସେ ଓଷା
ଯେବେ ଆସେ ଜ୍ୟୈଷ୍ଠ ଅମାବାସ୍ୟା
ଉପବାସ ରହି ମଙ୍ଗଳ ମନାସଇ
ସ୍ୱାମୀଙ୍କ ସୁଖ ସମୃଦ୍ଧି ଦୀର୍ଘାୟୁ ପାଇଁ ||
ସଜେଇ ହୋଇ ସେ ଗୁଣବତୀ ନାରୀ
ମଥାରେ ଭରେ ନାଲି ସିନ୍ଦୂର
ହାତରେ ପିନ୍ଧି ଶଙ୍ଖା ନାଲିଚୁଡ଼ି
ଚଢାଏ ଶାଢ଼ୀ ବୃନ୍ଦାବତୀ ପାଖେ ||
ସ୍ୱାମୀଙ୍କ ଦୀର୍ଘାୟୁ କରିଣ କାମନା
ସାବିତ୍ରୀଙ୍କୁ କରେ ପୂଜା
ଫୁଲ ଫଳ ସବୁ ଅର୍ଘ୍ୟଦାନ ଦେଇ
ଯମ ରାଜାଙ୍କୁ କରେ ସନ୍ତୁଷ୍ଟ ||
ଦେଖି ଭକ୍ତି ଭାବ ଯମ ହୁଅନ୍ତି ପ୍ରୀତ
କୁହନ୍ତି ହେ ମାତା ଘେନ ମୋ ପ୍ରଣିପାତ
ହାତରେ ଶଙ୍ଖା ତୁମର ହେଉ ବ୍ରଜ
ଶୋଭନୀୟ ଦିଶୁ ସିନ୍ଦୁର ଝଟମଟ ||
=============*******============

ପ୍ରଜ୍ଞାଲିନ ସାହୁ
ଜଗତସିଂହପୁର
ବାଲିକୁଦା

Leave a Reply