Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ଶୁଭ୍ରା ସୁଚିତ୍ରା ମହାନ୍ତ , କେନ୍ଦୁଝର

1 min read
seashore under white and blue sky during sunset
ନାରୀ ନୁହେଁ ଉପାଦାନ 
ନୁହେଁ ଖେଳ ଉପକରଣ 
ଆଜିର ହିଂସ୍ର ମାନବ ସକାଶେ 
ଅତ୍ୟାବଶ୍ୟକ ନାରୀ ସଶକ୍ତିକରଣ….. 

ସ୍ଵାଧୀନ ଦେଶ ଭାରତରେ 
ନାରୀ ହୋଇନାହିଁ ସ୍ଵାଧୀନ 
ଝିଅ ଜନ୍ମ କୁ ଅଭିଶାପ ଭାବି 
କରନ୍ତି ପିଶାଚ ହତ୍ୟା କନ୍ୟାଭ୍ରୁଣ…… 

ନାରୀ ଆଖିରୁ ବହିଲେ ଲୁହ 
ସୃଷ୍ଟି ର ହୋଇଯିବ ବିନାଶ 
ନାରୀ ନୁହେଁ ଅବଳା ଦୁର୍ବଳା 
ନାରୀର ଅଛି କେତେ ପ୍ରୟୋଜନ….. 

ନାରୀ ଯଦି ହେବ ସବଳ 
ପିଢି ଟିଏ ହେବ ସବଳ 
ନୁହଁ ରେ ନାରୀ ଶକ୍ତିହୀନ 
ଜନ୍ମ ଦେଇଥାଏ କୋଟି ଜୀବନ……

ନାରୀ ଅଟେ ଲକ୍ଷ୍ମୀ ପ୍ରତିମା 
ଅପାର ଅଟେ ତାର ମହିମା
ମମତାର ଭଣ୍ଡାର ସିଏ
ଉଦାର ଏବଂ ବିଶାଳ ତା ମନ…..

ଲଜ୍ଜା ଓ ସହନଶୀଳତା
ନାରୀ ପାଇଁ ମୂଲ୍ୟବାନ ଆଭୂଷଣ
କିନ୍ତୁ ଜରୁରୀ ଆଜି ଉଗ୍ର ରୂପ
ନହେଲେ ଅସାଧ୍ୟ ତାର ଜୀବନ….

ଆଜି ର ଯୁଗରେ ଚୁପ୍ ରହିଲେ 
ନାରୀ ଦେହ ସାଜିବ ଭୋଜନ 
ତେଣୁ ଦରକାର ସ୍ଵର ଉତ୍ତୋଳନ 
ଅତ୍ୟାବଶ୍ୟକ ନାରୀ ସଶକ୍ତିକରଣ….. 


ନାମ :ଶୁଭ୍ରା ସୁଚିତ୍ରା ମହାନ୍ତ
ଗ୍ରାମ :ପଦ୍ମପୁର
ଜିଲ୍ଲା :କେନ୍ଦୁଝର