Sahitya Jibana

Portal on odia literature

ସାବିତ୍ରୀ ବ୍ରତ – ଜ୍ୟୋତି ପଧାନ

1 min read

ସାବିତ୍ରୀ ବ୍ରତ ଯେ
ବର୍ଷକରେ ଥରେ
ପଦାର୍ପଣ କରେ
ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ।।

ନମାନି ସୂର୍ଯ୍ୟଙ୍କ ପ୍ରକୋପ
ସ୍ତ୍ରୀ ମେଳି ହୋଇ
କରନ୍ତି ସେ ବ୍ରତ
ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଉଦ୍ଦେଶେ
ହୃଦ କନ୍ଦରୁ ଅର୍ଘ୍ୟ ଢାଳି କେତେ
ପ୍ରମାଣ କରନ୍ତି
ସ୍ନେହ ପ୍ରେମ ତାଙ୍କ
ଭଙ୍ଗୁର ନୁହଁଇ ଅଟଇ ଶାଶ୍ୱତ ।।

କେଉଁ କାଳେ ଥିଲା
ସାବିତ୍ରୀ ସତୀ
ସତ୍ୟବାନ ପ୍ରତି ଥିଲା ଯେ ଭକ୍ତି
ଯମପୁର ଯାଇ
କଲା ସେ ଯୁକ୍ତି
ଯମଠାରୁ କଲା ନିଜ ପତିଙ୍କୁ ମୁକ୍ତି ।।

ସେ ବିଶ୍ୱାସ ବଳେ
ଏ ଧରା ତଳେ
ସ୍ୱାମୀ ର ଶୌର୍ଯ୍ଯ କାମନାରେ
ବୀରପତ୍ନୀ କରେ
ସାବିତ୍ରୀ ବ୍ରତ
ଉଲ୍ଲାସମନରେ ।।

ଜ୍ୟୋତି ପଧାନ
କେଉଁଟିପାଲି, ବିଜେପୁର,
ବରଗଡ଼

Copyright © Sahitya Jibana | Newsphere by AF themes.
Open chat
Hello
How can you help we?