ସାବିତ୍ରୀ ଲୋ – ଆଶିଷ କୁମାର ବଣିଆଁ
1 min read
ସାବିତ୍ରୀଲୋ ହେଇ ଦେଖ..
ତୋ ସତ୍ୟବାନ ଆସୁଚି
ଧୂଁ ଧୂଁ ଖରାବେଳେ ବଜାରରୁ ବୁଲି ବୁଲି
କେତେ ସବୁ ଫଳ କିଣି ଆଣିଛି
ସାବିତ୍ରୀ ଲୋ ହେଇ ଦେଖ ,,,।।
ଲକ୍ଡାଉନ ଯୋଗୁଁ ମନଲାଖି ଶାଢୀଟିଏ
କିଣି ପାରି ନାହିଁ ବୋଲି,
ମୁଁହ ତୋର ଶୁଖିଯାଇଛି
ସାବିତ୍ରୀ ଲୋ ହେଇ ଦେଖ ,,,।।
ଆଜି ଗୋଟେ ଦିନ ତୋର
ପତି ପରମେଶ୍ବର , ବାକି ଦିନତକ
ଖାଲି ବୋଲହାକ କର ।
କଥା ଯଦି ତୋ ନଶୁଣେ, ହାଇ ହୁଏ
ତୋର ବ୍ଲଡପ୍ରେସର, ରାଗେ ହଉ ଗରଗର
ସାବିତ୍ରୀ ଲୋ ହେଇ ଦେଖ …।।।
କି ଜନମେ କି କର୍ମ କରିଥିଲା ଯେ
ପାଇଛି ତୋ ଭଳି ଘରଣୀ,
ଆଜି ବି ତା ଛାତି ଧଡପଡ ହୁଏ
ଦେଖି ତୋର ଉଗ୍ର ଚାହାଣୀ,
ସାବିତ୍ରୀ ଲୋ ହେଇ ଦେଖ…।।।
ଆଶିଷ କୁମାର ବଣିଆଁ
ବଲାଙ୍ଗୀର