Sahitya Jibana

Portal on odia literature

ମାତୃତ୍ଵ – ଅନୀଲ କୁମାର ମିଶ୍ର

1 min read

ରାସ୍ତା ମଝିରେ ମୃତ ଶାବକ ପାଖରେ ବିବଶ ଭାବେ ଠିଆ ହୋଇ ନିଜ ଜିଭରେ ପିଲାଟିର ଦେହକୁ ଚାଟୁଥିବା ମାଆ କୁକୁର ଟି ଜୀବନ କୁ ତୁଚ୍ଛ ମନେକରି କେବଳ ଆଖିରୁ ଲୁହ ଗଡାଇ ଚାଲିଥିଲା । ସେତେବେଳେ ସେ ଭୂଲି ଯାଇଥିଲା ଯେ ଏପରି ଅସାବଧାନତା ହେତୁ ତା ରକ୍ତ ମାଂସ ରେ ଗଢା ଶାବକଟି କୋଉ ଅଜଣା ଗାଡ଼ି ଧକ୍କାରେ ଆର ପାରି କୁ ଚାଲିଯାଇଛି । ସନ୍ତାନ ର ବିରହ ବିଚ୍ଛେଦ ସତେ ଯେପରି ତାକୁ ଅନ୍ଧ କରି ଦେଉଛି । ତା’ର ମାତୃ ହୃଦୟ ଗୁମୁରି ଗୁମୁରି କାନ୍ଦୁଛି ନିଜ ଜନ୍ମିତ ସନ୍ତାନ କୁ ହରାଇ ।
ଠିକ୍ ସେତେବେଳେ ନିଜ ସ୍କୁଟିରେ ଅଫିସ୍ ଯାଉଥିବା ମାଳବିକା ର ନଜର୍ ପଡ଼ିଲା ରାସ୍ତା ଉପରେ ପଡିରହିଥିବା କୁକୁର ଶାବକ ଓ ତା ମାଁ ଉପରେ । ହଠାତ୍ ଗାଡିର ବ୍ରେକ୍ ଦେଇ ସେ ଅଟକି ଗଲା । ମନରେ ତା’ର ଅସରନ୍ତି ଦ୍ୱନ୍ଦ।କଲିଜା ଟା ସତେ ଯେମିତି ଖିନ୍ ଭିନ୍ ହୋଇ ଯାଉଛି।
ସେ ଦିନେ ଯୌବନର ଉତ୍ତାଳ ତରଙ୍ଗ ରେ ଭାସିଯାଇ ବିଭୁଦତ୍ତ ଙ୍କ ଜାରଜ ସନ୍ତାନ ର ଜନନୀ ସାଜିଥିଲା। କିନ୍ତୁ,ଲୋକ ଲଜ୍ଜ୍ୟା ଭୟରେ ସେମିତି ଏକ ଅମା ଅନ୍ଧକାର ରାତ୍ରୀ ର କରାଳ ଗର୍ଭରେ,ନିଜ ଜନ୍ମିତ ସନ୍ତାନ କୁ ମନଭରି ଦେଖିବା ଆଗରୁ ପୋଖରୀ ହୁଡାର କିଆ ବୁଦା ମୂଳେ ଶାଗୁଣା ବିଲୁଆ ର ଆହାର ହେବାକୁ ନିଷ୍ଠୁର ହୃଦୟରେ ନିଃକ୍ଷେପିତ କରିଥିଲା ।
ଆଜି ମାଆ କୁକୁର ଓ ନିଜକୁ ଧର୍ମର ତରାଜୁରେ ଓଜନ କରୁଥିଲା ସେ। କାହାର………….!!!!
************************************
ଅନୀଲ କୁମାର ମିଶ୍ର
ବିନିକା, ସୁବର୍ଣ୍ଣପୁର
ମୋ:୯୪୩୮୩୧୦୯୭୨
ଇ-ମେଲ୍-anilmishrabinika@gmail.com.

Leave a Reply