କୃଷ୍ଣା – ଚତୁର୍ଭୂଜ ସାହୁ
1 min read
କୃଷ୍ଣା ତମେ …..
(୧)
କୃଷ୍ଣା ତମେ ପାରିବ କି କହି ??
କେହି ନୁହେଁ ମୁଁ ତମ ଜୀବନେ
ଅଯଥା ମୁଁ ଧସିପଶେ
ହୃଦୟେ ତମର
ଜାହିର କରୁଛି ମୁହିଁ
ପାଇବାକୁ ସତ୍ତା ତୁମର …..
ତଥାପି ଗୋ ତମକୁ ଭଲପାଏ ବୋଲି
ଅମୃତ ଭାବି ଜୀବନେ ବିଷକୁ ପିଇଛି
ନ ବୁଝ ମୋ ଛାତିତଳ ବ୍ୟଥା
ଲାଭନାହିଁ ତୁମକୁ ବୁଝାଇ
ତମେତ ସାରିଛ ବୁଝି କୃଷ୍ଣା
ଏଇ ମୋର ଦେହ ମନ ହୃଦୟର ତୃଷ୍ଣା ।।
ଥରେକି ବୁଝିବ କୃଷ୍ଣା
ଆନମନା ହୃଦୟ ର ତୃଷ୍ଣା
ତମ ଭଳି ରକ୍ତ ମାଂସେ ଗଢା ମୁଁ ମଣିଷ
ଲୋଡେ ଟିକେ ସ୍ନେହ ପ୍ରେମ ମୁହିଁ
ଏ ଅମାନିଆ ହୃଦୟକୁ
କୃଷ୍ଣା ତମେ ପାରିବକି ବୁଝାଇ ?
***
(୨)
ଭଲପାଇବାର ଅଡୁଆ ସୂତାରୁ
ଦିଅ ସିନା ଜବରଦସ୍ତ ମୁକ୍ତି
ମୁଁ କିନ୍ତୁ ଗୁରୁ ଗମ୍ଭୀର କୃଷ୍ଣା
ତମ ପାଇଁ
ମୋ ପାଇଁ
ଆମ ପ୍ରେମ ପାଇଁ
ପଛକୁ ଫେରିବାର ପ୍ରଶ୍ନ ଜମା ନାହିଁ ।
ହଁ, ହୁଏତ ଏ ହୋଇପାରେ
ଆମ ଦୁହିଁଙ୍କର ଏଇ ଶେଷ ଦେଖା ସଖୀ
ଆଉଥରେ ଅନୁରୋଧ ମୋର
ଆଉଥରେ ନିଅଗୋ ପରଖି
ହଁ କୃଷ୍ଣା
ମୁଁ କିଏ ତମ ଜୀବନରେ ?
କୃଷ୍ଣା ତମେ ପାରିବ କି କହି ??
ନା କୃଷ୍ଣା ,
ତମେ ପାରିବନି କହି ….
ମୁଁ କୃଷ୍ଣାର ଆଉ କୃଷ୍ଣା ମୋର ବୋଲିତ
ଅନେକ ଅତୀତ ଆମେ
ଦେଇଛେ ହଜାଇ ।।
ହଁ କୃଷ୍ଣା….
ତମେ ମୋତେ ଦେଇ ପାର ମୁକ୍ତି
ଏ ଦେହଜ ଯନ୍ତ୍ରଣାରୁ
ତଥାପି ମୁଁ ଛଟପଟ ହେଉଥିବି
ଜୀବନ ଯାବତ୍
ତମ ଅଭାବରୁ
ହଁ କୃଷ୍ଣା
ତମେ ବି ଅନୁଭବୀ ପାର
କେବେକେବେ ଏକଲା ପଣରେ
ଗୋଟାଏ ଅଧିଭୌତିକ ପୃଷ୍ଠଭୂମିରେ
ଜୀବନରେ କେହି ପ୍ରିୟ ଥିଲା
ବେପଥରୁ ସେ ଅତୀତ
ଆଜିବି ଡାକୁଛି….ଗୀତ
କୃଷ୍ଣା ତମେ ମୋର
ମୁଁ ତମର ଏକାନ୍ତ ନିଜର …….।।
( ବିରହୀ କୃଷ୍ଣ )
ଚତୁର୍ଭୂଜ ସାହୁ , ଓଷ୍କାପାଲି, ଅନୁଗୋଳ
ସମ୍ପର୍କ – ୭୯୭୮୬୯୪୫୧୬