Sahitya Jibana

Portal on odia literature

ବିଶ୍ବ ପର୍ଯ୍ୟାବରଣ ଦିବସ – କବିସୌରଭ କୈଳାଶଚନ୍ଦ୍ର ବେହେରା

1 min read

 

ସୁସ୍ଥ ପରିବେଶ , ସୁସ୍ଥ ଜୀବନ ,
ସୁସ୍ଥ ନାଗରିକ ଦେଶର ସମ୍ପଦ ,
ଅସୁସ୍ଥ ମଣିଷ ଦେଶପାଇଁ ବୋଝ ,
ଡାକରା ଦେଉଛି
ଆଜିର ଆତଙ୍କିତ ବିଶ୍ବ ।
ଦିନଥିଲା –
ସବୁଜ ଅରଣ୍ୟାନୀ ,
ବିଶୁଦ୍ଧ ଜଳ ଆଉ ବିଶୁଦ୍ଧ ବାୟୁରେ
ଏଇ ବିଶ୍ବ ହସି ଉଠୁଥିଲା ।
କିନ୍ତୁ ଲୋଭାସକ୍ତ ମଣିଷ ଆଜି
ଆଶୁଫଳ ପ୍ରାପ୍ତି ଆଶାରେ ,
ବ୍ୟାକୁଳ ହୋଇ ,
ଏବ° ଯନ୍ତ୍ର ଉପରେ ନିର୍ଭର କରି
ଜଙ୍ଗଲ କାଟିବାକୁ ବାଧ୍ୟହେଲା ।
ନୂଆ ନୂଆ କଳ କାରଖାନା
ପ୍ରତିଷ୍ଠା କଲା ।
ସୁରମ୍ୟ ଆରାମପ୍ରଦ ପ୍ରାସାଦ ସବୁ
ନିର୍ମିତ ହେଲା ।
ଦ୍ରୁତଗାମୀ ଯାନଙ୍କ ସ°ଖ୍ୟା
ଆଶାତୀତ ଭାବରେ ବଢ଼ି ଚାଲିଲା ।
ଫଳରେ ପରିବେଶ ହେଲା ଦୂଷିତ ।
ଆଉ ତା’ଫଳରେ
ଜଳ , ବାୟୁ ଆଉ ମାଟି
ପ୍ରଦୂଷଣ ହେଲା ।
ଅସହାୟ ମଣିଷ ରୁଗ୍ ଗୁଣ ହେଇ
ସମାଜ ପାଇଁ ବୋଝ ହେବାକୁ ଲାଗିଲା ।
ତା’ର ପ୍ରତିକାର ପାଇଁ
ଆଜି ଆସିଛି ଆହ୍ବାନ ।
ଆସନ୍ତୁ ” ଶିଶୁଟିଏ ଗଛଟିଏ ”
ଏଇ ନୀତିରେ ବୃକ୍ଷ ରୋପଣ କରି ,
ନୂତନ ଜଙ୍ଗଲ ସୃଷ୍ଟି କରିବା ।
ଆଉ ପ୍ରଚୁର ଅମ୍ଳଜାନ ପାଇ
ପରିବେଶ ବିଶୁଦ୍ଧ ହେବ ,
ଆଉ ଏକ ସୁସ୍ଥ ମାନବ ସମାଜ ଗଢ଼ି ଉଠିବ ।
ଆଜିର ଏଇ ଆହ୍ୱାନକୁ
ସାଦରେ ଗ୍ରହଣ କରି
ତା’ର ପ୍ରତିକାର ପାଇଁ ଅଣ୍ଟା ଭିଡ଼ିବା
ଆଉ ଈଶ୍ବରଙ୍କ ଅମୃତ ସୃଷ୍ଟିର
ଆଖ୍ୟା ପାଇବା ।
—————————————

କବିସୌରଭ କୈଳାଶଚନ୍ଦ୍ର ବେହେରା
ବାଲିଗୁଡ଼ା , କନ୍ଧମାଳ

Copyright © Sahitya Jibana | Newsphere by AF themes.