Sahitya Jibana

Portal on odia literature

ଆସୁଛି ରଜ – ସୁକାନ୍ତ ଖଣ୍ଡା

1 min read

ରଜ ଆସୁଅଛି ଝିଅଙ୍କର ମନ
କାହିଁରେ ଖୁସି
ଗୀତକୁ ଗାଇବେ ଆନନ୍ଦ ମନରେ
ଦୋଳିରେ ବସି।୧
ଭୋକ ଶୋଷ ଭୁଲି ସାରା ଦିନରାତି
ମନଟି ତାଙ୍କ
ଯିଏ ଯେତେ ଦେଉ ମନ ହୃଦୟରେ
ଅନେକ ଚେଙ୍କ।୨
ରଜ ଆସୁଅଛି ଦୋଳି କରିବାକୁ
କରିଲେ ସଭା
ଗାଆଁର ମଝିରେ ଦୋଳି ବନେଇବେ
ବଜେଇ ବାଜା।୩
ରଜ ପରବରେ ନୂଆ ଲୁଗା ପିନ୍ଧି
ଗୀତ ନାଚରେ
ବରଷକ ଥରେ ପାଳନ କରିବେ
ହୋଇ ଅଧିରେ।
ସଜବାଜ ଆସ ହୋଇବା ଏବେଠୁ
ଆସଛି ରଜ
ଈଶ୍ବରଙ୍କୁ ଥରେ ହୃଦ ମନ୍ଦିରରେ
ଥୋଇକି ଭଜ।୫
***

ସୁକାନ୍ତ ଖଣ୍ଡା

କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?