ଗରମ – ସୁକାନ୍ତ ଖଣ୍ଡା
1 min read
ଗରମ ହେଉଛି ସାରା ଦିନରାତି ଦେହରୁ ଝରୁଛି ପାଣି
ଦେହରେ କପଡା଼ ରଖେଇ ଦେଉନି ଶପଥ କରିଛି ଜାଣି।୧
ଅଜା ରହିପାରୁ ନାହାଁନ୍ତି ସର୍ବଦା ଦିନ ଅବା ରାତି ହେଲେ
ଗରଗର ହୋଇ ରାଗୁଛନ୍ତି ସଦା ଶୀତଳ ହୁଅନ୍ତା ଭଲେ?୨
ଆମ୍ବପାଚି ଟହଟହ ଦିଶୁଥିଲା ଗଛର ଉପରେ ଝୁଲି
ପଥର ମାରିକି ଖସାଇ ଖାଇଲେ ପାଟିରେ ଆନନ୍ଦେ ଖୋଲି।୩
ଦେଖୁଥିଲା ନାତି କହିଗଲା ଏବେ କେମିତି ଲାଗୁଛି ମିଠା
ରସାଳ ଆମ୍ବଟା ଖାଇଛ ତ ଏବେ ଲାଗିପାରେ ଝୋଳ ଅଠା?୪
ଆଉ କି କହିବ ଗରମଟା ମୋଟେ ଭଲ ନୁହେଁ ଆଜିକାଲି
ଶୁଣି ଅଜା ମୁହଁ ରଙ୍ଗା ପଡି଼ଗଲା ଥତମତ ହେଲେ ଖାଲି।୫
ଏବେ ନିନ୍ଦୁଥିଲା ପୁଣି ବି ପ୍ରଶଂସା ଶତମୁଖ ଖରାପାଇଁ
ମୁଣ୍ଡକୁ ନୁଆଇଁ ନାତିଆ ପାଖରେ ହସି ଦେଲା ଫେଏଁ କିନି।୬
ସୁକାନ୍ତ ଖଣ୍ଡା
କେନ୍ଦୁଝର