ମାତୃଭାଷା – ଅର୍ଚ୍ଚନା ପ୍ରିୟଦର୍ଶିନୀ
1 min read
ବିଶ୍ଵ ମାତୃଭାଷା ଦିବସ ଆଜି
ତାର ପାଦତଳେ ମଥା ନୂଆଉଛି।
ଓଡିଶାର ମାଟି ପାଣି ପବନ
କି ମଧୁର ଅଟେ ସଭିଏଁ ଶୁଣ।
ଓଡିଶା ମାଟିକୁ ସମ୍ମାନ ଦେବା
ଓଡିଆ ମାକୁ ଭୂମିଷ୍ଠ ହେବା।
ଓଡିଆରେ ସଭିଏଁ କଥା କହିବେ
ଓଡିଆରେ ସବୁ ଲେଖି ଶିଖିବା ।
ଓଡିଆ ବର୍ଣମାଳା ସବୁ ଜାଣିବା
ଯୁକ୍ତାକ୍ଷର ମାତ୍ରା ଲେଖି ଶିଖିବା ।
ଓଡିଆ ବୋଲି ଆମେ ଗର୍ବ କରିବା
ଓଡିଆକୁ ସର୍ବଶ୍ରେଷ୍ଠ ସମ୍ମାନ ଦେବା ।
ଓଡିଆ ଭାଷାର ପ୍ରସାର କରିବା
ଓଡିଆ ଜାତିର ମାନ ବଢାଇବା ।
ଓଡିଆ ବନ୍ଚିଲେ ଦେଶ ବନ୍ଚିବ
ଓଡିଶା ବନ୍ଚିଲେ ଦେଶ ବନ୍ଚିବ ।
ଓଡିଆ କୁ ଲାଜ୍ଜ ନ କରିବା
ଓଡିଆ କହି ନିଜକୁ ସର୍ବଶ୍ରେଷ୍ଠ
ମଣିବା।
ଓଡିଆ ମାଟିର ବୀରପୁରୁଷ
ମହାତ୍ମାଗାନ୍ଧୀ, ସୁବାଷ ବୋଷ ।
କବି ଲକ୍ଷ୍ମୀକାନ୍ତ, ଗୋଦାବରୀଶ
ମଧୁସୂଦନ ରାଓ, ଜଗନ୍ନାଥ ଦାସ।
ପଞ୍ଚସଖା କବି ନାଁ ରଖିଲେ
ଓଡିଆ ଅନୁବାଦ କରି ନାଁ ରଖିଲେ ।
ଅର୍ଚ୍ଚନା ପ୍ରିୟଦର୍ଶିନୀ
କଟକ