Sahitya Jibana

Portal on odia literature

ପୁଅ ମୋର – ସୁକାନ୍ତ ଖଣ୍ଡା

1 min read

ପୁଅ ମୋ’ର ଆଜି ପାଠ ପଢୁନାହିଁ କାମ କରିବାକୁ ବସୁଛି

ବଡ଼ ହେଲେ ସିଏ ଥକିଗଲା ପରେ ଦୋଷ ଦେବ ବାଛିବାଛି।୧

କହିଲେ କହୁଛି ପାଠ ପଢି଼ କିଏ ବଡ଼ ମଣିଷଟେ ହୋଇଛି

ପାଠ ନ ପଢି଼କି କେତେ କେତେ ଲୋକ ବଡ଼ ବି ହୋଇ ପାରିଛି।୨

ନ ଶୁଣିଲା ଯମା ବାଳୁତ କାଳରୁ କାମ କଲା ଖରା ବର୍ଷା

ଏବେ ବଡ଼ ହୋଇ ବାହା ହେଲା ପରେ ଆଜି କହେ କି ଭରଷା?୩

ଭଲ ବାଟ ମୋତେ ଯଦି ଦେଖେଇଛ ଭଲ କିଆଁ ହେଲି ନାହିଁ

ଖରା ବର୍ଷା ଶୀତ କେତେ ମୁଁ ଖଟିବି ପର ପାଖେ ରହିରହି।୪

ଆଖିରେ ଗଡି଼ଲା ଲୁହର ଝରକୁ ଦେଖି ତା’ର ବାପା କହେ

ପୁଅ ତୁ କାନ୍ଦନା ନାତିକୁ ଯାଇକି ବୁଝାଇ କହିବି ବହେ।୫

ଅଜା ବୁଝାଇଲେ ଘଣ୍ଟାଘଣ୍ଟା ଧରି ନାତି କିନ୍ତୁ କେନ୍ଦୁଖୁଣ୍ଟା

ବୁଝିବାକୁ ତା’ର ବୟସ ନାହିଁ କି ପାଟି ମୁହେଁ ଦେଲା ଚୁଣ୍ଟା।୬

ଅଜାର ଆଖିରେ ଲୁ଼ହ ବୋହିଗଲା ଥକିଗଲେ ସିଏ ଏବେ

ବୁଝାଇ ନ ପାରି ଫେରିଆସି କହେ ତୋ’ ପୁଅ ହେବନି ଭବେ।୭

କରମ ଆଦରି ବଞ୍ଚି ରହିବାକୁ ସଜବାଜ ହୁଅ ଏବେ

ସେଇଆ ହୋଇଲା ପାଠ ପଢା଼ଇନ ବୋଲି ନାତି ଦୁଃଖ ଦିଏ।୮

ବାପା ଆଜିକାଲି ଝୁରି ମରୁଅଛି ନିଜର କର୍ମକୁ ଧରି

ପୁଅ ତା’ ପତ୍ନୀକୁ ଧରି ପଳେଇଛି ଶାଶୂ ଖୁଆଇବ ପୁରି।୯

ଧନ୍ଯରେ ଜଗତ କ’ଣ ହୋଇଲାଣି ସବୁ ଆଜି ସାତ ପର

ପୁଅମାନେ ଆଜି ଭଲ ପାଉଛନ୍ତି ରହିବେ ଶ୍ବଶୂର ଘର।୧୦

 

ସୁକାନ୍ତ ଖଣ୍ଡା

କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?