Sahitya Jibana

Portal on odia literature

ଜୟ ଜଗନ୍ନାଥ – ଅନ୍ତର୍ଯ୍ୟାମୀ ସାହୁ

1 min read

ଜୟ ଜଗନ୍ନାଥ ଜଗତର ନାଥ

ଦୀନଜନ ରକ୍ଷାକାରି,

ଜୟ ଯଦୁପତି ଅଗତିର ଗତି

କେଶୀ କଂସାସୁରହାରି । ୧।

ଜୟହେ ମୁରାରୀ ଦୀନଦୁଃଖି ହାରି

ସଂସାର ପାଳନ କାରି,

ଜୟ ହେ ଯାଦବ ଜୟ ହେମାଧବ

ପୂତନା ମୋକ୍ଷଣକାରି । ୨।

ଯଶୋଦା ନନ୍ଦନ ରାଧା ପ୍ରାଣଧନ

ଗୋପଗୋପୀ ମନୋହାରି,

ଭକତ ବତ୍ସଳ ଆହେଆଦିମୂଳ

ତ୍ରିତାପ ନାଶନ କାରି । ୩।

ଆହେ ଦୀନବନ୍ଧୁ ଗୋପୀ କୁଳଇନ୍ଦୁ

ଅଘାବକାସୁର ହାରି ,

ଆହେ ବ୍ରଜବନ୍ଧୁ କୃପାବାରି ସିନ୍ଧୁ

ରମା ରମଣ ବିହାରୀ ।୪।

ମୁଁହୀନ ପତିତ ଅଧମ କୁତ୍ସିତ

ଅପରାଧି ଦୂରାଚାରି,

ତବ ନାମଗାଇ ଦିନ ନେବି ବାହି

ଦିଅ ହେ କରୁଣା ବାରି । ୫ ।

ହେ ମୂରଳୀଧାରି କର ଭବୁପାରି

ଦେଇ ତୁମ୍ଭ କୃପାବାରି,

ଦିଅ ତୁମ୍ଭ ନାମ ହେ କରୁଣା ପ୍ରେମ

ରାଧାରମଣ ବିହାରୀ ।୬।

ଅନ୍ତର୍ଯ୍ୟାମୀ ସାହୁ

                     ପଲମ/କେସିଙ୍ଗା/କଳାହାଣ୍ଡି 

Leave a Reply