ଆସିବା ସମୟ ଭଲ ହେବ ଭାବି – ସୁଦାମ ଦଳବରା
1 min read
ଦୁଃଖରେ ଭାଙ୍ଗିଛି ହୃଦୟ ମୋହର
ପାରୁନାହିଁ ଅଣ୍ଟା ସଳଖି
ବେସାହାରା ଆଜି ହୋଇଛି ଯେ ମନ
ସ୍ୱପ୍ନ ସବୁ ଭାଙ୍ଗି ଯାଇଛି ।।
ସୁଖ ଟିକିଏକୁ ଆଶା କରିଥିଲି
ଅଧାରେ ଅଟକି ଯାଇଛି
ନିଶବ୍ଦ ହୋଇଛି ମୋ ଅକୁହା ଭାଷା
କହିବାକୁ ବାକି ରହିଛି ।
ଅସହ୍ୟ ହେଉଛି ହୃଦୟ ଯନ୍ତ୍ରଣା
ମନ ଭାରାକ୍ରାନ୍ତ ହୋଇଛି
ତଥାପି ଜୀବନ ବଞ୍ଚିବାର ପାଇଁ
ସଂଘର୍ଷ ଜାରି ରହିଛି ।।
ଭୁଲି ପାରୁନାହିଁ ସେ ଅତୀତ ଦିନ
ଆଖିରେ ତ ନାଚି ଉଠୁଛି
ଜୀବନ ଜୀବିକା ଓ ଅନ୍ୟ ମାନଙ୍କ ପାଇଁ
ସବୁ ଭୁଲିବାକୁ ପଡୁଛି ।।
କର୍ମକୁ ଆଦରି ବାକି ସବୁ କାମ
ଜାରି ରଖିବାକୁ ପଡୁଛି
ଜୀବନ ଯୁଦ୍ଧରେ ହାରି ନ ଯାଇ
ବଞ୍ଚିବାକୁ ହେବ ଜାଣିଛି ।।
ଆସିବା ସମୟ ଭଲ ହେବ ଭାବି
ଅତୀତକୁ ଭୁଲି ଯାଉଛି
ନୂଆଁ ସପନକୁ ଆଶାବାନ୍ଧି କରି
ଜୀବନ ଜୀଇଁବା ଭାବିଛି ।।
ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ