Sahitya Jibana

Portal on odia literature

ମୁଁ କ୍ଷତାକ୍ତ ପକ୍ଷୀ ଟିଏ – ଦୀପିକା ପେରେଇ

1 min read

ମହା ଶୂନ୍ୟେ ଉଡି ଉଡି ପହଞ୍ଚିଲି,

ମୋ ସୀମା ର ବହୁ ଉଚେ

ଅବଶ୍ୟମ୍ଭାବୀ ଆଶା,ଆକାଂଖ୍ୟା

ଆଉ ଅସୁରକ୍ଷିତ ଉଦ୍ଦୀପନା ରେ

 

*ଚାହିଁଲି ତୋଳି ଦେବି ଏକ

ଅନୁଭବୀ ପ୍ରେମ ମନ୍ଦିର

ଯେଉଁଠୁ କେବେ ନ ଫେରି

ରହିଯିବୀ ପରମ ଆନନ୍ଦେ

 

ଏ ଖୁସି ଆଲୋଡନ ଏ ଆତ୍ମ ସୁଖ

ବୋଧେ ସହି ପାରିଲେନି ବିଧି

କଳା ମେଘ ଜଳ ବିନ୍ଦୁ ନହେଇ

ସାଜିଲା ଦୁର୍ଯୋଗ ବତାସ ପୁଣି

 

ଶର ବିଦ୍ଧ ହୋଇ ମୁଁ

ପଡି ରହିଛି ଭୂଇଁ ରେ

ଚିତ୍କାର କରୁଅଛି,

ଅବିରତ ଅତି ଆକୁଳିତେ

 

ଶୁଭୁଛି ଜୋଜନ ଜୋଜନ

କାହିଁ କେତେ ଦୂର ଯାଏ

କିନ୍ତୁ ପହଞ୍ଚୁ ନାହିଁ, କାହିଁ

ଏ ଶତ ଯନ୍ତ୍ରଣା ଧ୍ଵନି ଗଗନେ

 

କ୍ଷତାକ୍ତ ମୁଁ ପୁଣି ରକ୍ତାତ,

ଥରେ ଦେଖି ଏ କରାଳ ଦୃଶ୍ୟ

ଜତନେ କୋଳେଇ ନେଇ

ଦେଇ ଦିଅନ୍ତୁ ପ୍ରେମ ପ୍ରଲେପ

 

କଷ୍ଟ ନୁହଁ କେବଳ କ୍ଷତ ର

କଷ୍ଟ ପୁଣି ପ୍ରେମ ପ୍ରେପ୍ସା ର

ଏ କଷ୍ଟ ଦୁରେ ଯିବ,ଶୁଣି

ସ୍ୱର ଆପଣ ଙ୍କ ଆଗମନ ର ।

 

ଏ କ୍ଷତ ତୁଳ ନୁହଇ

ଘାତ କୋଟି ନାଗ ର

କିନ୍ତୁ ଓଉତ୍ସୁକ୍ୟ ଯାଏନି

ପାଇବା କୁ ଦିଗ ଗଗନେ ଉଡ଼ିବା ର ।

 

ଦୀପିକା ପେରେଇ

କେନ୍ଦୁଝର

 

Leave a Reply