Sahitya Jibana

Portal on odia literature

ପ୍ରେମ ପରିମାପ – ଦୀପିକା ପେରେଇ

1 min read

*ପ୍ରେମ କୁ କେବେ ମାପି ହୁଏ କି ?

ତୁମେ ମତେ ପ୍ରଶ୍ନ କରିଛ

_” ତୁମେ ମତେ କେତେ ଭଲ ପାଅ ”

ମୁଁ କାଇଁ ଅକ୍ଷାଂଶ କି ଦ୍ରାଘିମା ପାଉନି

କାହାକୁ ମାପିବି…

ଏହା ତ ଉନ୍ମୁକ୍ତ ଆଉ ପରିବ୍ୟାପ୍ତ ।

 

 

*ଦୂର ଦିଗବଳୟରେ ଯେଉଁଠି

ପହଞ୍ଚିବା ଅସମ୍ଭବ ଯେଉଁଠି

ଆକାଶ ମାଟି ର ଶେଷ ଅବଶୋଷ କୁ

ପୂର୍ଣ୍ଣ କରେ,ସେଠି ମୁଁ ଦେଖେ

ତୁମ ଆଉ ମୋ ମିଳନ ର ଶେଷ ଚିହ୍ନ..।

 

 

*ତୁମେ ରାତି ରେ ଜହ୍ନ ଆଉ ଦିନରେ

ସୂର୍ଯ୍ୟ ଙ୍କ ପରି ଲୋଡା ମୋ ପାଇଁ

ପାହାନ୍ତି ପ୍ରହର ର ପାହାନ୍ତି ତାର ପାଖରୁ

ନିଶବ୍ଦ ରାତି ଝିଙ୍କାରି ଶବ୍ଦ ପର୍ଯ୍ୟନ୍ତ

ମୁଁ ତୁମ ଅପେକ୍ଷା ରେ ମୁଁ ଥାଏ..

 

 

*ତୁମ ସ୍ମିତ ହସ ଆଉ

ମୋ ଜୀବନ ର ଶେଷ ଆନନ୍ଦ

ଦୁହେଁ ଯେମିତି ପରିପୂରକ..

ତୁମେ ତ ଇତିହାସ,

ଯିଏ ବର୍ତ୍ତମାନରେ ମତେ ସଜାଡି

ଭବିଷ୍ୟତ ପାଇଁ ସମୃଦ୍ଧ କରୁଥାଏ.. ।

 

 

*ତୁମକୁ ମୋ ଦୁଇ ଆଖିରେ

ଲୁଚେଇ ରଖିବାର ପ୍ରୟାସ ରେ

ମୁଁ କେତେ ରାତି ଅନିଦ୍ରା ରହିଛି

ତୁମ ଖୁସି ପାଇଁ କେତେ ଇଚ୍ଛା କୁ

ମୋ ଓଠ ତଳେ ଚାପି ଧରିଛି…।

 

 

 

*ଏତିକିରେ ଯଦି ତୁମେ ମାପି ପାରିବ

ତେବେ ମାପି ଦିଅ ମୋ ପ୍ରେମ

ତୁମ ପାଇଁ କେତେ…

କିନ୍ତୁ ମୁଁ ଅସମର୍ଥ ତୁମ ପ୍ରଶ୍ନ ର

ଉତ୍ତର ଦେବାକୁ …. ।

 

ଦୀପିକା ପେରେଇ

କେନ୍ଦୁଝର

 

Copyright © Sahitya Jibana | Newsphere by AF themes.