Sahitya Jibana

Portal on odia literature

ଭଲ ପାଇବା – ସୁକାନ୍ତ ଖଣ୍ଡା

1 min read

ତୁମକୁ ଯିଏ ସେ ଭଲପାଏ ବେଶି ଅନ୍ତରତା ସହକାରେ

କଥାରେ କଥାରେ ଝଗଡା଼ କରଇ ସେନେହ ପୀତତି ଭରେ।୧

ପ୍ରତିକ୍ଷଣେ ଯିଏ ଅନୁଭବ କରେ ହୃଦୟରେ ପ୍ରଭୁ ବୋଲି

ଜିରା-ଶିରା କାଢି଼ ଅବାଟରୁ ସିଏ ସତ୍ଯତା ଦେଖାଏ ଖୋଲି।୨

ସେନେହ ଶରଧା ଯାର ପାଖେ ଥାଏ ଭଲ ପାଉଥାଏ ସେହି

ଅନ୍ତର ବାହାର ପବିତ୍ର ତାହାର ସେ ପାଇଁ ପାରେ ନା ସହି।୩

ଦୋଷ ଧରି ସଦା ସୁପଥେ ଚଲାଏ ଅସାଧୁ ପଣକୁ ଦୂରେ

ସେଇଥିପାଇଁ ତ ଅହରହ ସିଏ ଚଲାଏ ନା ଅସତ୍ଯରେ।୪

ସତ୍ଯତା ଦେଖାଇ ଭଲ କରିବାରେ ବୁଝିଲେ ସିନାରେ ଭାଇ

ଖାଲି କହୁଅଛ ଗରଗର ହୁଏ ଦୁ଼ଃଖର ନଦୀ ବୁହାଇ।୫

 

ସୁକାନ୍ତ ଖଣ୍ଡା

କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?