Sahitya Jibana

Portal on odia literature

ସବୁଠି ଦିଶୁଛି ତୋ କଳାବଦନ – ଯୁଧିଷ୍ଠିର ମାଝି

1 min read

ଯାହା ଦେଖିଛି ଦୁଇ ଆଖିରେ

ଯାହା ପାଇଛି ଏ ଜୀବନରେ

ସବୁ କିଛି ତୁମ୍ଭରି ଦାନ

ହେ ଚକାନୟନ

 

ମୋ ଦେହରେ ବଳ ନାହିଁ

ତୋ ଦରଶନ ଟିକେ ପାଇଁ

ବଡଦାଣ୍ଡ ଯିବି ଧାଇଁ ଧାଇଁ ।

 

ଦେଖୁଛି ନଦୀ ନାଳ,

ଦେଖୁଛି ଫୁଲ ଫଳ,

 

ଯେଉଁଠି ଦେଖୁଛି ସବୁଠି ଦିଶୁଛି

ତୋ କଳାବଦନ

ହେ ଚକାଆଖି !

 

ଜୁଜେଶ କହୁଛି……

ଯାହା ଭାବୁଛି ମନରେ

ତାହା ଶୁଭେ ତୋ କାନରେ ।

 

ଯେତେ ପାପ କରିଛି

ନୀଳାଚଳ ଧାମ ଯାଇକି

ନରେନ୍ଦ୍ର ପୋଖରୀରେ ବୁଡ ଦେଇକି

ସବୁ ପାପ ଧୋଇଦେବି

ଏମିତି କେମିତି ଭାବି ପାରିବି

ହେ ଚକାଆଖି !

 

ଦଣ୍ଡ ହେଉ ସବୁ ପାପର ଫଳାଫଳ

ସେ ଦଣ୍ଡରେ ଜୁଜେଶ ହେଉ କଳବଳ

ସେ କଳବଳ ହେଇ ଗୁନ୍ଥି ଦେବ

ତୋ ମହିମାର ଗୀତ ପୁଷ୍ପ ମାଳ

 

ଯୁଧିଷ୍ଠିର ମାଝି (ଜୁଜେଶ)

ଡାଳଗୁମା, ସଗଡା, ଭବାନୀପାଟଣା, କଳାହାଣ୍ଡି, 766002

 

Copyright © Sahitya Jibana | Newsphere by AF themes.
Open chat
Hello
How can you help we?