Sahitya Jibana

Portal on odia literature

ଲୁଚି ରହିଛ କି ବଡ ଦେଉଳେ – ଯୁଧିଷ୍ଠିର ମାଝି

1 min read

ଏ ଦୁନିଆଁ ଜାଣିପାରୁ ନାହିଁ

ତୁମ୍ଭେ କେଉଁ ଲୀଳା କରୁଛ

 

ଏ ଦୁନିଆଁ ଜାଣିପାରୁ ନାହିଁ

ତୁମ୍ଭେ କେଉଁ ଲୀଳା କରୁଛ

ଲୋକାରଣ୍ୟ ହେଉଥିବା ବଡଦାଣ୍ଡକୁ

ଲୋକଶୂନ୍ୟ କରି ଦେଉଛ ।0।

 

ସାରା ଜଗତ କହୁଛି ତୁମ୍ଭେ’ ବଡ ଠାକୁର

ଭକତଙ୍କ ମନ କହେ ତୁମ୍ଭେ’ ଦୟା ସାଗର

ମହାମାରୀ ଦରିଆରେ ତୁମ୍ଭେ ନାବିକ

 

ହେ କାଳିଆ! ଲୁଚି ରହିଛ କି

ବଡ ଦେଉଳେ ?

ତୁମ୍ଭଙ୍କୁ ଶୁଭୁ ନାହିଁ ଭକତଙ୍କ

ବିକଳ ଡାକ

 

ହେ କାଳିଆ! ଲୁଚି ରହିଛ କି

ବଡ ଦେଉଳେ ?

ତୁମ୍ଭଙ୍କୁ ଶୁଭୁ ନାହିଁ ଭକତଙ୍କ

ବିକଳ ଡାକ

 

 

ହେ ! ତୁମ୍ଭେ ଚାହିଁଦେଲେ ଥରେ

ଏ ସୂରୁଜ ପଶ୍ଚିମେ ଉଦୟ ହେବ

ତୁମ୍ଭେ ହସିଦେଲେ ଥରେ

ଆକାଶରୁ ପୁଷ୍ପବାରି ଝରି ଯିବ

 

 

ତୁମ୍ଭେ ଚାହିଁଦେଲେ ଥରେ

ଏ ସୂରୁଜ ପଶ୍ଚିମେ ଉଦୟ ହେବ

 

ତୁମ୍ଭେ ହସିଦେଲେ ଥରେ

ଆକାଶରୁ ପୁଷ୍ପବାରି ଝରି ଯିବ

 

ଏ ଦୁନିଆଁ ଜାଣିପାରୁ ନାହିଁ

କ’ଣ ସବୁ ହେଉଛି

ଏ ଦୁନିଆଁ ଜାଣିପାରୁ ନାହିଁ

କ’ଣ ସବୁ ହେଉଛି

ଜଗତେ କରି ଦେଇଛ କେଉଁ କୁହୁକ

 

ହେ କାଳିଆ! ଲୁଚି ରହିଛ କି

ବଡ ଦେଉଳେ ?

ହେ କାଳିଆ! ଲୁଚି ରହିଛ କି

ବଡ ଦେଉଳେ ?

ତୁମ୍ଭଙ୍କୁ ଶୁଭୁ ନାହିଁ ଭକତଙ୍କ

ବିକଳ ଡାକ

 

ହେ କାଳିଆ! ଲୁଚି ରହିଛ କି

ବଡ ଦେଉଳେ ?

ତୁମ୍ଭଙ୍କୁ ଶୁଭୁ ନାହିଁ ଭକତଙ୍କ

ବିକଳ ଡାକ

ତୁମ୍ଭଙ୍କୁ ଶୁଭୁ ନାହିଁ ଭକତଙ୍କ

ବିକଳ ଡାକ ।1।

 

 

ଆଜି ଲୁହରେ ଭିଜୁଛି କିଏ ?

ତୋ ଦରଶନ ଟିକେ ପାଇଁ

ତୋତେ ଦୂପ ଦୀପ ଦିଏ କିଏ ?

ଆଉ କା’ ଜୀବନ ରକ୍ଷା ପାଇଁ

 

ଯାହା ସବୁ ହେଉଛି

ସେ ସବୁ ତୋ ଲୀଳା

ଜୁଜେଶ ! ଜୟ ଜଗନ୍ନାଥ କହେ

ତୁମ୍ଭ ମହିମା ଗୀତ ଗାଇ ଗାଇ

 

ଯାହା ବି ଦେଖୁଛି ସବୁ ଲାଗୁଛି ସତ

ଯାହା ବି ଦେଖୁଛି ସବୁ ଲାଗୁଛି ସତ

ଝରୁ ନାହିଁ ତୁମ୍ଭ ନେତ୍ରେ ଟୋପେ ଲୋତକ

 

ହେ କାଳିଆ ! ହେ କାଳିଆ !

ହେ କାଳିଆ! ଲୁଚି ରହିଛ କି

ବଡ ଦେଉଳେ ?

ତୁମ୍ଭଙ୍କୁ ଶୁଭୁ ନାହିଁ ଭକତଙ୍କ

ବିକଳ ଡାକ

 

ହେ କାଳିଆ! ଲୁଚି ରହିଛ କି

ବଡ ଦେଉଳେ ?

ତୁମ୍ଭଙ୍କୁ ଶୁଭୁ ନାହିଁ ଭକତଙ୍କ ବିକଳ ଡାକ

ତୁମ୍ଭଙ୍କୁ ଶୁଭୁ ନାହିଁ ଭକତଙ୍କ ବିକଳ ଡାକ

ତୁମ୍ଭଙ୍କୁ ଶୁଭୁ ନାହିଁ ଭକତଙ୍କ ବିକଳ ଡାକ

 

ଯୁଧିଷ୍ଠିର ମାଝି (ଜୁଜେଶ)

ଡାଳଗୁମା, ସଗଡା, ଭବାନୀପାଟଣା, କଳାହାଣ୍ଡି, 766002

ଇ-ମେଲ୍ :

judhisthirmajhi78468@gmail.com

ହ୍ୱାଟ୍ସଆପ୍ ନମ୍ବର :

7846847249

Copyright © Sahitya Jibana | Newsphere by AF themes.
Open chat
Hello
How can you help we?