Sahitya Jibana

Portal on odia literature

ରଜକୁ ହେଇଛି ଜର -କବିସୌରଭ କୈଳାଶଚନ୍ଦ୍ର

1 min read

 

ରଜକୁ ହେଇଛି ଜର
କେମିତି ପାଳିବା ସାଙ୍ଗ ମକର
ବଉଳ ଲୋ
ମନ ହରଷ ନାହିଁ କାହାର
ବଉଳ ଲୋ ….
ଏ ଅଟେ ଗଣପରବ
ଆମ ଓଡ଼ିଶାର ଗର୍ବ ଗୌରବ
ବଉଳ ଲୋ
ବିଗାଡ଼ି ଦେଲା ଏବେ ସରବ
ବଉଳ ଲୋ……
ସ°ସ୍କୃତି ଓ ପର°ମ୍ପରା
ମାନି ଚଳୁଥିଲେ ରାଇଜସାରା
ବଉଳ ଲୋ
ଆମ ଐତିହ୍ୟ ଅଟଇ ପରା
ବଉଳ ଲୋ …..
ନୂତନ ପୋଷାକ ନାଇ
ଦୋଳି ଖେଳୁଥିଲେ ଗୀତକୁ ଗାଇ
ବଉଳ ଲୋ
ଘରେ ଘରେ ପିଠାପଣା ଖାଇ
ବଉଳ ଲୋ……
ଖାଉଥିଲେ ମିଠାପାନ
ଖୁସି ରହୁଥିଲା ସଭିଙ୍କ ମନ
ବଉଳ ଲୋ
ମଉଜରେ କଟୁଥିଲା ଦିନ
ବଉଳ ଲୋ …..
କୁଣିଆ ଘରକୁ ଆସି
ଆମ ସହିତରେ ଖୁସି ମନାସି
ବଉଳ ଲୋ
ଦିନ କାଟୁଥିଲେ ହସି ହସି
ବଉଳ ଲୋ…..
ଏ ବାଡ଼ିପଡ଼ା କୋରୋନା
ଆସି ସବୁକିଛି କରିଛି ମନା
ବଉଳ ଲୋ
ଘରେ ଦୁଃଖରେ ରହିବା ସିନା
ବଉଳ ଲୋ……
ଆସ ମୋ ଭଉଣୀ ଭାଇ
ଲଢ଼ିବା ତା’ ସାଥେ ସତର୍କ ହୋଇ
ବଉଳ ଲୋ
ନିଶ୍ଚେ ତାହାକୁ ଦେବା ହଟାଇ
ବଉଳ ଲୋ ……
କୋରୋନାକୁ ତଡ଼ିଦେବା
ଆମରି ନୀତି ବଜାୟ ରଖିବା
ବଉଳ ଲୋ
ସଭିଙ୍କ ମୁଖେ ହସ ଭରିବା
ବଉଳ ଲୋ ….
ଜଗନ୍ନାଥଙ୍କୁ ଡାକିବା
ତାଙ୍କରି ଦୟାରୁ ଆମେ ଜିତିବା
ବଉଳ ଲୋ
ଏହି ବିପଦୁ ରକ୍ଷା ପାଇବା
ବଉଳ ଲୋ ….
———————————————–

କବିସୌରଭ କୈଳାଶଚନ୍ଦ୍ର
ବାଲିଗୁଡ଼ା , କନ୍ଧମାଳ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?