Sahitya Jibana

Portal on odia literature

ମାନବ ସେବା ହିଁ ମାଧବ ସେବା – ମନୋଜ କୁମାର ପଟ୍ଟନାୟକ 

1 min read

ମାନବ ସେବା ହିଁ ଈଶ୍ୱର ସେବା

ଏକଥା ନିରାଟ ସତ୍ୟ

ସତ୍ୟ କୁ ମଣି ବାଟ ଚାଲୁଥିଲେ

ପାପର ବିଲୟ ନିଶ୍ଚୟ

 

ନର ଦେହ ଧରି ଈଶ୍ୱର ଦିନେ

ଆସିଥିଲେ ରଙ୍ଗ ମଞ୍ଚକୁ

ଏହାର ସଠିକ୍ ପ୍ରମାଣ ପାଇଁକି

ଦେଖ ଭାଗବତ ଗୀତାକୁ

 

ଲକ୍ଷେ ମନ୍ଦିରରେ ପୂଜା କରି ତୁମେ

ଆଶାରଖ ଯେଉଁ ଫଳକୁ

ସେ ଫଳ ପାଇବା ସହଜ ନୁହଁଇ

ପୂଜା କରି ପଥରକୁ

 

ମାନବ ସେବାହିଁ କରିବା ତୁମର

ପ୍ରଥମ କର୍ତ୍ତବ୍ୟ ଅଟେ

ଦ୍ଵିତୀୟ ରହିବ ପଥର ଦେବତା

ପୂଜା କାରୁଥା ଅ କେତେ

 

ଏ ସାରା ସଂସାରେ ଯେତେ ନରନାରୀ

ସମସ୍ତେ ଈଶ୍ୱର ଅଂଶ

ଏ ମାନଙ୍କୁ ଯିଏ ହିଂସା କରୁଥିବ

ହୋଇଯିବ ଦିନେ ଧ୍ୱସଂ

 

ମାନବ ସେବା କରିବା ପାଇଁ କି

ହୋଇଯାଓ ଆଗଭର

ଈଶ୍ବରଙ୍କ ତୁମେ ସନ୍ତାନ ବୋଲି

ପ୍ରମାଣ ମତ୍ୟରେ କର

 

ଶେଂହ୍ନ ପ୍ରେମ ଭକ୍ତି କରୁଥା ଓ ତୁମେ

କର ମାନବ ର ସେବା

ଏଇ ସେବା ପାଇଁ ହଜିଜି ବ ଦିନେ

ମାନବ ଆଖିର ଚେତା

 

ଏହି ଦେହ ଶରୀର କ୍ଷେଣ ଭଙ୍ଗୁର

ରହିବନି ଭାଇ ସବୁ ଦିନର

ଯେତେଦିନ ଥିବୁ ସେବା ତୁ କରେ

କଟିଯିବ ଦିନ ତୋର ସଂସାରେ

 

ମନୋଜ କୁମାର ପଟ୍ଟନାୟକ 

ଗ୍ରାମ:- ରାଳବ (ଗଞ୍ଜାମ)

ପିନ୍:-୭୬୧୧୦୨ 

ଫୋନ୍:-୯୯୩୭୩୦୭୮୫୭

Copyright © Sahitya Jibana | Newsphere by AF themes.
Open chat
Hello
How can you help we?