Sahitya Jibana

Portal on odia literature

ଖରାରେ ମୋ ଅଜା – ସୁକାନ୍ତ ଖଣ୍ଡା

1 min read

ଖରାରେ ମୋ’ ଅଜା ଆଚାର କରୁଛି

ଭବିଷ୍ଯତ ଚିନ୍ତା କରି

ବରଷା କାଳରେ ବିଲ ହିଡ଼ମୁଣ୍ଡେ

ଖାଇବୁ ପଖାଳ ଧରି।୧

ଭାରି ସୁଆଦିଆ ଅଜାଙ୍କ ଆଚାର

ବହୁଦୂରୁ ବାରି ହୁଏ

ନ ଖାଇଲେ ଟିକେ ଆଚାରରୁ କିଛି

ମନଟା ଅଥୟ କରେ।୨

ବରଷା କାଳରେ କୃଷି ପରିବାର

ତିଅଣ ରାନ୍ଧିବା କଷ୍ଟ

ଆମ୍ବୁଲ ତେନ୍ତୁଳି ଆଚାର ଓ ବଡି଼

ଖାଇବେ ସେ କାଳେ ଝଟ।୩

ଅଜାଙ୍କର ଏହି ଦୂରଦୃଷ୍ଟି ପାଇଁ

ଅନନ୍ତ ଶାନ୍ତିରେ ଘର

ଚାଲୁଛି ଚାଲିବ ଅଜା ଥିବାଯାକେ

କହନ୍ତି ବି ପରିବାର।୪

ହେ କୃଷକ ଅଜା ପ୍ରଣାମ ଘେନନ୍ତୁ

ଶିକ୍ଷା ଦେଉଅଛ ଯାହା

ଅଭୁଲା ରହିଲା ଯୁଗଯୁଗ ସିନା

ଭଲଥାଉ ତୁମ ବାହା।୫

ସୁକାନ୍ତ ଖଣ୍ଡା

କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?