Sahitya Jibana

Portal on odia literature

ଆଲୋ ନନ୍ଦରାଣୀ – ଅନ୍ତର୍ଯ୍ୟାମୀ ସାହୁ

1 min read

ଆଲୋ ନନ୍ଦରାଣୀ ହେଲୁକି ବାୟାଣୀ

କୃଷ୍ଣଙ୍କୁ ବୋଲୁତୁ ପୁଅ,

ନୁହେଁ ପୁତ୍ର ତୋର କର୍ତ୍ତା ବ୍ରହ୍ମାଣ୍ଡର

ସୃଷ୍ଟିର ପାଳନହାର ଲୋ ରାଣୀ

ପୁତ୍ର ସ୍ନେହରେ ହେଉ ବାୟାଣୀ ,ଲୋ ରାଣୀ | l

ପୁତ୍ର ପ୍ରେମରେ ହେଉ ଅନ୍ଧୁଣୀ, ଲୋ ରାଣୀ | l

 

କେଉଁ ଜନ୍ମେ କେତେ ତପସ୍ୟା କରିଲୁ

କୃଷ୍ଣଙ୍କୁ ପାଇଲୁ କୋଳେ,

ଜଗତର କର୍ତ୍ତା ଅନାଦି ଠାକୁର

ତୋକୋଳେ ଜନମ ହେଲେ ,ଲୋ ରାଣୀ ।

ମାଆ ଡାକତୁ ପାଇଲୁ ଶୁଣି, ଲୋ ରାଣୀ ।।

 

ସାରା ବିଶ୍ଵ ବ୍ରହ୍ମାଣ୍ଡ ଯାଗର୍ଭେ ପୁରିଅଛି

ତାକୁ ତୋ ଗର୍ଭେ ଧରିଲୁ ,

ଅନ୍ତଚିରି ଜାତ କରି ପୁଣି ତାକୁ

ସ୍ତନ ଭାଙ୍ଗି କ୍ଷୀର ଦେଲୁ ,ଲୋ ରାଣୀ।

କ୍ଷୀର ପିଅନ୍ତି ସେ ବେଣୁପାଣି, ଲୋ ରାଣୀ | l

 

ନିତି ତୋର ହାତେ ସବୁ ସେବା କରୁ

ବନମାଳୀ କାଳିଆକୁ,

ଖେଳାଇ ବୁଲାଇ ନାନା ଗୀତ ଗାଇ

ଦେଇ ସର ଲବଣୀକୁ, ଲୋ ରାଣୀ ।

ସ୍ନେହ ଶ୍ରଦ୍ଧାରେ ଭୂଞ୍ଜାଉ ପୁଣି ,ଲୋ ରାଣୀ | l

 

ଆଖି ପଳକରୁ କ୍ଷଣେ ଦୁରେ ଗଲେ

ବାତୁଳି ପ୍ରାୟକ ହେଉ,

ଚୋର ନିନ୍ଦା ଶୁଣି ସହିନ ପାରିଣ

କେତେ ମାଡ ଗାଳି ଦେଉ,ଲୋ ରାଣୀ।

ପୁଣି ବୋଲୁ ପୁତ୍ର ମୋ ନୟନମଣି, ଲୋ ରାଣୀ. I

ପୁତ୍ର ପ୍ରେମରେ ହେଲୁ ଅନ୍ଧୁଣୀ, ଲୋ ରାଣୀ,

ପୁତ୍ର ସ୍ନେହରେ ହେଉ ବାୟାଣୀ ଲୋ ରାଣୀ | l

 

ଅନ୍ତର୍ଯ୍ୟାମୀ ସାହୁ

                 ପଲମ/ନର୍ଲା/କଳାହାଣ୍ଡି