Sahitya Jibana

Portal on odia literature

ବାତ୍ୟା ଓ ବନ୍ୟା – ସୁକାନ୍ତ ଖଣ୍ଡା

1 min read

ସବୁ ବର୍ଷ ପରି ଏ ବର୍ଷ ବାତ୍ଯା ଓ ବନ୍ଯା କଥା ହେଉଥିଲେ। ସେ ଦୁହେଁ କେମିତି ଓଡି଼ଶାର କ୍ଷୟକ୍ଷତି କରିବେ। ଏ କଥା ସରି ନାହିଁ ବାତ୍ଯା ଅତୀଷ୍ଟ ହୋଇଗଲା। ସେ ଘୋ..ଘୋ..ଗର୍ଜନ କରି ମାଡି଼ ଆସିଲା ହେଲେ ସରକାରଙ୍କୁ କର୍ଣ୍ଣ ଗୋଚର ହୋଇଗଲା ତ ସମୁଦ୍ର କୂଳ ନିକଟରୁ କାହିଁ କେତେ ଦୂରକୁ ବୋହିନେଇ ସୁରକ୍ଷା କରିଦେଲେ। ବାତ୍ଯାର ଇଛା ଓ ଆଶା ଅଧୁରା ହୋଇ ରହିଗଲା। ସେ ଭଗ୍ନ ମନୋରଥ ନେଇ ମଉନ ହୋଇ ବସି ପଡି଼ଲା।

ଏ ଦୃଶ୍ଯ ବନ୍ଯା ଦେଖି ସହି ପାରିଲା ନାହିଁ। ବନ୍ଧୁଙ୍କର କାମକୁ ପୂରା କରିବା ପାଇଁ ବନ୍ଯାର ତାଣ୍ଡବ ରଚିଲା। ଦେଖୁଦେଖୁ ଉତ୍ତର ଓଡି଼ଶାର ବୁଢା଼ବଳଙ୍ଗ ଓ ବୈତରଣୀ ଫୁଲି ଧନ ଜୀବନ ହାନି କରିବାରେ ଲାଗି ପଡି଼ଲେ। ଘରଦ୍ବାର ଭାଙ୍ଗି ପକେଇଲେ ହେଲେ ସେ ବି ମଣିଷ ମାନଙ୍କୁ ଧ୍ବଂସ କରି ନ ପାରି ଭଗ୍ନ ମନୋରଥରେ ନୀରବ ହୋଇ ବସିଲା।

ଆଜି ଦୁହେଁ ବସି କଥାବାର୍ତ୍ତା ହେଉଛନ୍ତି କି ପୁଣି କାଲି ଆସିବେ ଦେଖିବେ ସରକାର କେତେ ସୁରକ୍ଷା ଦେବେ। ସେଇଆ ହେଲା ଦୁହେଁ ଲୁଚିଛପି ଅପେକ୍ଷା କରିଛନ୍ତି ବର୍ଷାଊତୁ ଆସୁ ପୁଣି ତାଣ୍ଡବ ରଚିବେ। ଏହି ଯେ ମନୁଷ୍ଯମାନେ ନିଜକୁ ଭଗବାନ ମଣୁଛନ୍ତି କାହାକୁ ନ ମାନି ପାଣି,ପବନ,ମାଟି ଓ ଉଦ୍ଭିଦଙ୍କର ଯେଉଁ କ୍ଷତି ଘଟାଉଛନ୍ତି ଆମେ ଦୁହେଁ ହିଁ ଯାହା କିଛି କରି ପାରିବା, ନୁହେଁ? ମାଟି ଓ ବୃକ୍ଷମାନେ ଦୁହେଁ ତ ସର୍ବଦା ସବୁ ସହିବାରେ ଲାଗି ପଡୁଛନ୍ତି। ସେମାନେ ଆଖିରୁ ଲୁହ ବୁହାଉଥିଲେ ବି ମାନବଙ୍କ ସପକ୍ଷରେ କାରଣ ମାନବମାନେ କୁଆଡେ଼ ତାଙ୍କର ଅତି ଆପଣାର।

ଏ କଥା ଶୁଣିଦେଲା ଟିକି ପୁଅ ଦିନେଶ ତ ସେ ବାପା ଓ ମାଆଙ୍କୁ କହିଲା ଆମେ ଏବେଠୁ ସଚେତନ ହୋଇ ପାଣି,ପବନ,ମାଟି ଓ ବୃକ୍ଷଙ୍କର ଯତ୍ନ ନେବା। ସେମାନେ ପୁଣି ଆସି କ୍ଷୟକ୍ଷତି କରିବାକୁ ଅଣ୍ଟା ଭିଡୁଛନ୍ତି। ଏ କଥା ଶୁଣି ବାପା ଓ ମାଆ ଦିନେଶକୁ କୁଣ୍ଡାଇ ପ୍ରକୃତି ବିରୋଧି କାମ ନ କରିବାକୁ ଶପଥ ନେଲେ। ଦିନେଶ ଆଖିରେ ହସ ଫୁଟାଇବାକୁ ଯାଇ ବୃକ୍ଷ ରୋପଣକୁ ଅଗ୍ରାଧିକାର ଦେଲେ।

ପାଣି ଓ ପବନ ଦିନେଶର ବ୍ଯବହାରରେ ଅତି ପ୍ରୀତ ହୋଇ ନିତି ମଣିଷ ଛୁଆ ରୂପ ଧାରଣ କରି ଖେଳି ଯାଆନ୍ତି ଅଥଚ ଦିନେଶ ଜାଣି ପାରେ ନାହିଁ।

***

ସୁକାନ୍ତ ଖଣ୍ଡା

କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?