ଘର – ଜାହ୍ନବୀ ତ୍ରିପାଠୀ
1 min read
ଚାନ୍ଦିନୀ ଦେବୀଙ୍କର ଗୋଟିଏ ସୁନ୍ଦର ଘର କରିବାକୁ ବହୁତ ଇଛାଥିଲା।କିନ୍ତୁ ସ୍ୱାମୀଙ୍କର ଦରମା ଯାହା ସେଥିରେ ପରିବାର ଚଳାଇ ବନ୍ଧୁବାନ୍ଧବ ଦେଖି ଆଉ ବଳକା ରହେନି।ଯଦିବା ଘର ହୋଇପାରୁ ନଥିଲା ତଥାପି ସେମାନେ ସୁଖରେ ରହୁଥିଲେ।ଧୀରେ ଧୀରେ ସେମାନେ ପଇସା ସଞ୍ଚିସଞ୍ଚି ୩ଟି ଯାଗା ପକେଇଲେ ଘର କରିବାକୁ।ତା ପରେ ଝିଅ ଓ ୨ ପୁଅଙ୍କର ବାହାଘର କଲେ।କିନ୍ତୁ ଘର କରି ପାରିଲେ ନାହିଁ।ତଥାପି ବହୁ ଚେଷ୍ଟା କରି ଘର ଅଳ୍ପ ଅଳ୍ପ କରିଆସୁଥିଲେ।କିନ୍ତୁ ବୋହୂ ପୋଡିହୋଇ ଡାକ୍ତରଖାନାରେ ପଡିଲା।ରିଟାର୍ଡରେ ମିଳିଥିବା ସବୁ ପଇସା ଖର୍ଚ୍ଚ ହୋଇଗଲା।ତା ପରେ ବି ବହୁତ ଧାର ଉଧାର ହୋଇଗଲା। ଗହଣା ମଧ୍ୟ ବନ୍ଧା ପଡିଲା।ଯାହାବେଉ ଭଗବାନ ବଡଲୋକ ବୋହୂ ଭଲ ହୋଇ ଘରକୁ ଆସିଲା।ଏଥର ପୁଣି ଅଳ୍ପ ସଞ୍ଚିସଞ୍ଚି ଘର କରିବାକୁ ବସିଲା ବେଳକୁ ଚାନ୍ଦିନୀଦେବୀଙ୍କ ସ୍ୱମୀଙ୍କ ଦେହ ଖରାପ ହେଲା।ଥରେ ନୁହେ ୨ଥର।ଥରେ ବହୁତ ପଇସା ଖର୍ଚ୍ଚହୋଇ ଘରକୁ ଆସିଲେ। ୯ମାସ ପରେ ପୁଣି ଆଉଥରେ ବ୍ରେନ୍ ଷ୍ଟ୍ରୋକ୍ ହେଲା।ଏଥର କିନ୍ତୁ ପଇସା କାମ କଲାନି। ଚାନ୍ଦିନୀ ଦେବୀଙ୍କ ସମେତ ସମସ୍ତଙ୍କୁ ଛାଡି ଚାଲିଗଲେ ଆରପାରିକୁ।୨ବର୍ଷ ପରେ ବହୁକଷ୍ଟରେ ପେନ୍ସନ୍ ପାଇ ଏବେ ପୁଣି ଘର କରିବାକୁ ବସିଚନ୍ତି।ଏଥର କିନ୍ତୁ ପୂନର୍ବାର ସେଯାଗାର ବାସ୍ତୁପୂଜା କରି ଘର କରିବାକୁ ମନ କରିଚନ୍ତି।ପୂଅମାନେ ବି ଅନୁଭବ କରିଚନ୍ତି ଯେ ନିଜର ଗୋଟେ ଘର ନିହାତି ଦରକାର।କିନ୍ତୁ ଚାନ୍ଦିନୀ ଦେବୀ ଭାବିଚନ୍ତି ଅନ୍ୟ ୨ଟି ଯାଗା ମଧ୍ୟରୁ ଗୋଟେ ବିକ୍ରି କରି ଘର କରିନେବେ।ସ୍ୱାମୀ ଥିବାବେଳେ ୭/୮ ବଖରା ଅନୁସାରେ କାନ୍ଥ ଡିପିସି ଯାଏକରିଦେଇଚନ୍ତି।ବାକି କାମ ତାଙ୍କର।କିପରି ଭଲରେ କାମ ହେଇଯିବ ସେଥିପାଇଁ କାମ ଆରମ୍ଭରୁ ୨ ପୁଅଙ୍କ ସହ ଆଲୋଚନା କରୁଚନ୍ତି। କିନ୍ତୁ ଜାଗାଟି ୮ ଲକ୍ଷରେ ବିକ୍ରିହେଲା।ତାଙ୍କ ପାଖରେ ତ ପେନସନ୍ ପଇସା ମାତ୍ର ୨ ଲକ୍ଷ ଅଛି।ବଡପୁଅ କହୁଚି ଯେମିତି ହେଲେ ସଛାତ ପକେଇ ୨ ବଖରା ଘର ପ୍ଲାଷ୍ଟର କରି ପଳେଇବା।କିନ୍ତୁ ସାନପୁଅ କହୁଚି ଆମର ଯଦି ପୁରା ଛାତ ପକେଇବାକୁ ପଇସା ନ ଅଣ୍ଟେ ତେବେ କଣ କରିବା।ଚାନ୍ଦିନୀ ଦେବୀ ବଡପୁଅ ସହିତ ଏକମତ।ଏଥର ରାଗିକି ୨ପଦ କଡା କଥା କହିଦେଲା।ମା ମନ କିନ୍ତୁ ଏଥର ସହିପାରିଲାନି।ଝିଅକୁ ଫୋନକରି ସବୁ କାନ୍ଦିକାନ୍ଦି କହିଲା।ଝିଅ ବହୁତ ବୁଝାଇଲା।କିନ୍ତୁ ସେ କେବଳ କାନ୍ଦି ଚାଲିଥିଲେ।କହିଲେ ତମେ ସମସ୍ତେ ଜାଣ ତମ ବାବାଙ୍କ କଥା ଛାଡିକି ମୁଁ ଆଉ କାହାର କଡାକଥା ସହିପାରେନି।ତଥାପି ସେ ମତେକହିଲା।କିନ୍ତୁ ଯଦିବା ମନ କଷ୍ଟ ହେଲା ତଥାପି ସେ ହାରିଗଲେ ନାହିଁ।ଘରତୋଳି ପିଲାମାନଙ୍କୁ ଖୁସୀରେ ଏକାଠି ରଖିଲେ। ଦିନେରାତିରେ ସେ ଓକିଲ ଡକାଇ ଘରଟିକୁ୨ଭାଇଙ୍କ ନାଁରେ ଲେଖିଦେଲେ।ସକାଳ ହେବାରୁ ନାତିନାତୁଣୀମାନେ ଆସି ଡାକିଲେ।କିନ୍ତୁ ସେ ଆଉ ଉଠିଲେନି।ପୁଅବୋହୂ ଦୌଡି ଆସିଲେ।ଦେଖିଲେ ୮ଦିନ ହେଲା କରିଥିବା ନୂଆ ଘରଟିକୁ ସେ ୨ଭାଇଙ୍କ ନାଁ ରେ କରିଦେଇଚନ୍ତି।ଯୋଉ ଘର କରିବାକୁ ସେଏତେ କଷ୍ଟ କଲେ ସେଇ ଘରେ ସେ ମାତ୍ର ୮ଦିନର କୁଣିଆ।୨ଧାର ଲୁହ ଝରିପଡିଥିଲା ଚାନ୍ଦିନୀ ଦେବୀଙ୍କ ଆଖିରୁ।ଭୋ ଭୋ କରି କାନ୍ଦି ଉଠିଲେ ୨ ପୁଅ।କଣ ଖୁସୀ ପାଇଲେ ସେ ତାଙ୍କ ଜୀବନରେ।ବୋଧହୁଏ ଘରଟିଏ କରିବାକୁ ଶେଷ ଇଛା ତାଙ୍କର ଥିଲା।ଯାହା ପୂରଣ ହେବା ପରେ ସେ ଶାନ୍ତିରେ ସବୁଦିନ ପାଇଁ ଶୋଇଯାଇଚନ୍ତି।ସେ ପରଲୋକକୁ ଯିବାର ବହୁଦିନ ହୋଇଗଲାଣି। ନାତିନାତୁଣି ବି ବଡ ହୋଇଗଲ୍ଣି।କିନ୍ତୁ ଆଜି ବି ତାଙ୍କ କାନ୍ଥର ନେମ୍ ପ୍ଲେଟ୍ ରେ
ଜାହ୍ନବୀ ତ୍ରିପାଠୀ
ଖୋର୍ଦ୍ଧା