Sahitya Jibana

Portal on odia literature

ବୁଢ଼ୀ ଚଢ଼େଇ ର ଦୁଃଖ – ସନ୍ତୋଷ କୁମାର ଅଟୀ

1 min read

ଦରାଣ୍ଡି ଦରାଣ୍ଡି ଖୋଜୁଛି

ଦଦରା ଆଖିରେ

ଦରଦ ଟିକେ

ଦୟାକରି କରି ଦେବ କିଏ ,

ଦଗ୍ଧ ହେଲାଣି ଅନ୍ତର

ଦରଦୀ ଦର୍ଶକ

ଦମ୍ୟ ଆହାର ମୁଠାଏ ।

ଦାରକ ଦାରିକା ଦୁଃଖ ଯେ

ଦାୟିତ୍ୱ ନିଚଳ

ଦାରୁଣ ଦାସ

ଦିଶୁନି ଦିଗ ଦିଗନ୍ତ,

ଦାନାପାଣି ଦୃଶ୍ୟ ଦୁଷ୍ପ୍ରାପ୍ୟ

ଦାବି ଦାନବୀର

ଦାରୁ ଦୟାଳୁ

ଦାୟ ତୁମ ହେଲା ଅନ୍ତ ।

ଦୁର୍ଦ୍ଦଶା ଦୁର୍ନିରୀକ୍ଷ୍ବ ମୋର

ଦୁର୍ଲ୍ଲଭ ସୁଖ

ଦୁର୍ଲଙ୍ଘ ସିନା ଦୁଆର ।

 

ସନ୍ତୋଷ କୁମାର ଅଟୀ

କଷଡା (ବଣେଇଁ)

ସୁନ୍ଦରଗଡ-୭୭୦୦୫୧

ଇ-ମେଲ୍ :Skumaratti@gmail.com

ହ୍ୱାଟ୍ସଆପ୍ ନମ୍ବର :୯୪୩୯ ୪୩୬ ୨୨୪

Copyright © Sahitya Jibana | Newsphere by AF themes.